ପ୍ରସବ ଯନ୍ତ୍ରଣାରେ ନିଜେ ସାଇକେଲ୍‌ ଚଲାଇ ହସ୍ପିଟାଲ ଗଲେ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ପ୍ରସବ ଯନ୍ତ୍ରଣାରେ ନିଜେ ସାଇକେଲ୍‌ ଚଲାଇ ହସ୍ପିଟାଲ ଗଲେ ସାଂସଦ

ୱେଲିଂଟନ୍‌: ପ୍ରବସ ଯନ୍ତ୍ରଣା ବେଳେ ବି ସାହସ ଦେଖାଇଲେ ମହିଳା ସାଂସଦ। ନିଜେ ସାଇକେଲ ଚଢ଼ି ଗଲେ ହସ୍ପିଟାଲ। ନେଲେ ନି କାହାର ବି ସହାୟତା। ବିଳମ୍ବିତ ରାତିରେ ସାଇକେଲ ଚଲାଇ ହସ୍ପିଟାଲରେ ପହଞ୍ଚି ନବଜାତକୁ ଜନ୍ମ ଦେଲେ।

ଏଭଳି କିଛି ଦୃଶ୍ୟ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି। ସେଠାକାର ଜଣେ ମହିଳା ସାଂସଦ ଜୁଲି ଏନ୍‌ ଜେଣ୍ଟର ପ୍ରୱ ଯନ୍ତ୍ରଣାରେ ନିଜେ ସାଇକେଲ ଚଳାଇ ହସ୍ପିଟାଲରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚିବା ପରେ ଭୋର ୩ଟାରେ ସେ ନବଜାତକୁ ଜନ୍ମ ଦେଇଛନ୍ତି। ଏ ନେଇ ସେ ନିଜେ ଫେସ୍‌ବୁକ୍‌ ଜାରିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ତେବେ ପ୍ରସବ ଯନ୍ତ୍ରଣା ବେଳେ ଏଭଳି ସାଇକେଲ ଚଳାଇବା ତାଙ୍କ ପାଇଁ ସହଜ ନଥିଲା। ଅତ୍ୟନ୍ତ କଷ୍ଟଦାୟକ ଥିଲା। ୨ରୁ ୩ ମିନିଟ୍‌ର ରାସ୍ତା ପାର୍‌ ହେବା ପାଇଁ ତାଙ୍କୁ ୧୦ ମିନିଟ୍‌ ସମୟ ଲାଗିଥିଲା ବୋଲି କହିଛନ୍ତି ଏହି ମହିଳା ସାଂସଦ। ତେବେ ଡେଲିଭରୀ ପରେ ସେ ଏବଂ ତାଙ୍କ ଶିଶୁ ସୁସ୍ଥ ଥିବା କହିଛନ୍ତି।

ସାଂସଦ ଜୁଲିଙ୍କ ସାଇକେଲ ଚଳାଇବାର ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି। ଚାରୁଆଡୁ ତାଙ୍କୁ ପ୍ରଶଂସା କରାଯାଉଛି। ସମସ୍ତେ ତାଙ୍କ ସାହସିକତାକୁ ସଲମା କରୁଛନ୍ତି। ଏଥିସହ ନବଜାତର ଜନ୍ମ ପାଇଁ ଶୁଭକାମନା ଜଣାଇଛନ୍ତି।

The post ପ୍ରସବ ଯନ୍ତ୍ରଣାରେ ନିଜେ ସାଇକେଲ୍‌ ଚଲାଇ ହସ୍ପିଟାଲ ଗଲେ ସାଂସଦ appeared first on Odisha Reporter.



from Odisha Reporter https://ift.tt/32GhVWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages