ତ୍ରିପୁରାରେ ଛାତି ଚଉଡ଼ା କଲା ବିଜେପି, ଫଳାଫଳ ଦେଖି ଚିନ୍ତାରେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ତ୍ରିପୁରାରେ ଛାତି ଚଉଡ଼ା କଲା ବିଜେପି, ଫଳାଫଳ ଦେଖି ଚିନ୍ତାରେ ବିରୋଧୀ

ଅଗରତାଲା: ତ୍ରିପୁରାର ୧୪ ଟି ପୌର ଆସନର ନିର୍ବାଚନର ଫଳାଫଳ ଗଣତି ଚାଲିଛି। ମୋଟ୍ ୨୨୨ ଟି ଆସନ ରହିଛି । ଯେଉଁଥିରେ ତ୍ରିପୁରା ମ୍ୟୁନିସିପାଲ କର୍ପୋରେସନ ଏବଂ ନାଗ ପଞ୍ଚାୟତ ନିର୍ବାଚନର ରହିଛି। ତେବେ ଏପର୍ଯ୍ୟନ୍ତ ଭୋଟ୍ ଗଣତି ଅନୁଯାୟୀ ତ୍ରିପୁରା ମ୍ୟୁନସିପାଲ ନିର୍ବାଚନରେ ବିଜେପି ମଜବୁତ ରହିଛି। ବିଜେପି ୧୪ଟି ଆସନରୁ ୮ଟି ଆସନରେ ବାଜି ମାରି ସାରିଛି । ଏବଂ ବାକି ୬ଟି ଆସନରେ ଆଗୁଆ ରହିଛି।

ରାଜ୍ୟରେ ରାଜନୀତିକ ହିଂସା ଭିତରେ ତ୍ରିପୁରାରେ ୧୪ ଟି ପୌରାଞ୍ଚଳରେ ବୁଧବାର ଭୋଟ୍ ଗ୍ରହଣ ହୋଇଥିଲା। ତ୍ରିପୁରାରେ ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଛି । ଅଗରତାଲା ମହାନଗର ନିଗମ ଏବଂ ୧୯ଟି ସହରର ମ୍ୟୁନିସିପାଲ କର୍ପୋରେସନର ୩୩୪ଟି ଆସନରୁ ୧୧୨ଟି ଆସନରେ ବିଜେପି ଜିତି ସାରିଛି । ଅବଶିଷ୍ଟ ୨୨୨ ଆସନ ପାଇଁ ମତଦାନ ହୋଇଥିଲା ଏବଂ ୭୮୫ ଜଣ ପ୍ରାର୍ଥୀ ହୋଇଥିଲେ।

ରବିବାର ଚାଲିଥିବା ଭୋଟ ଗଣତିରେ ତ୍ରିପୁରାର ୧୪ଟି ପୌରସଂସ୍ଥା ମଧ୍ୟରୁ ୮ଟି ଜିତିଛି ଏବଂ ଅବଶିଷ୍ଟ ୬ଟିରେ ଅଗ୍ରଣୀ ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ଆସିଥିବା ଫଳାଫଳରୁ ଏପରି ରିପୋର୍ଟ ଆସିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଅଗରତାଲା ମ୍ୟୁନିସିପାଲ କର୍ପୋରେସନର ୫୧ଟି ୱାର୍ଡ ମଧ୍ୟରୁ ୨୯ଟିରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି।

ଉଲ୍ଲେଖଯୋଗ୍ୟ, ଆସନ୍ତାବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପୌରାଞ୍ଚଳ ନିର୍ବାଚନ ଫଳାଫଳ ସେମିଫାଇନାଲ ମ୍ୟାଚ ପରି ଥିଲା ଶାସକ ଦଳ ବିଜେପି ପାଇଁ। ବିରୋଧୀ କଂଗ୍ରେସ, ବାମ ଦଳ ଏବଂ ଟିଏମସି ଏହି ପୌରାଞ୍ଚଳ ଫଳାଫଳକୁ ନେଇ ଯଦିଓ ସୁନେଲୀ ସ୍ୱପ୍ନ ଦେଖିଥିଲେ କିନ୍ତୁ ଏସବୁ ଏବେ ବାସ୍ତବରେ ପରିଣତ ହୋଇନାହିଁ। ଯାହାକୁ ନେଇ ଚିନ୍ତାରେ ବିରୋଧୀ କ୍ୟାମ୍ପ।

The post ତ୍ରିପୁରାରେ ଛାତି ଚଉଡ଼ା କଲା ବିଜେପି, ଫଳାଫଳ ଦେଖି ଚିନ୍ତାରେ ବିରୋଧୀ appeared first on Odisha Reporter.



from Odisha Reporter https://ift.tt/3d22tFX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages