କୋଲକାତା: ଶବଦାହ କରିବାକୁ ଯାଇ ନିଜେ ପାଲଟି ଗଲେ ଶବ। ମୃତଦେହ ଧରି ଶ୍ମଶାନ ଆଡକୁ ଯିବାବେଳେ ଘଟିଲା ଦୁର୍ଘଟଣା। ଟ୍ରକ୍କୁ ପଛରୁ ପିଟିଲା ମିନି ଭ୍ୟାନ୍। ଫଳରେ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ହୋଇଛନ୍ତି। ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ।
ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ନଦିଆ ଜିଲ୍ଲାର ହଂସଖାଲି ଫୁଲବାଡିରେ ଏହି ଦୁର୍ଘଟଣା ଘଟିଛି। କୁହାଯାଇଛି ଯେ, ରାସ୍ତକାଡରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛ ପଟୁ ମୃତଦେହ ନେଇ ଆସୁଥିବା ଏକ ମିନି ଭ୍ୟାନ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
୨୪ ପରଗଣାର ବାଗଦାର ମୃତଦେହ ନେଇ ଆସୁଥିବା ଏହି ମିନି ଭ୍ୟାନ୍ରେ ଶ୍ମଶାନ ଆଡକୁ ଯାଉଥିଲା। ଏଥିରେ ମୋଟ ୨୦ ଜଣ ଲୋକ ଥିଲେ। ସ୍ଥାନୀୟ ପୁଲିସର କହିବା ମୁତାବକ, ଘନ କୁହୁଡି ଏବଂ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ନଦିଆ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
The post ଶବଦାହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା, ୧୭ ମୃତ appeared first on Odisha Reporter.
from Odisha Reporter https://ift.tt/3rkeXRN
No comments:
Post a Comment