ଲକ୍ଷ୍ନୌ: ଅମାନିଆ ହେଲା ପୁଅ। ବାପା କଥା ଶୁଣିଲାନି। ଯେତେ ବୁଝାଇଲେ ବି କିଛି ବୁଝିଲାନି। ସମ୍ଭାଳିଲାନି ବ୍ୟବସାୟ। କେବଳ ଦାବି କଲା ସମ୍ପତ୍ତି। ଏଥିରେ ବିରକ୍ତି ହୋଇ ଜିଲ୍ଲାପାଳଙ୍କ ହାତକୁ ଟେକିଦେଲେ ପ୍ରାୟ ୨ କୋଟିର ସମ୍ପତ୍ତି। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ।
ଗଣେଶ ଶଙ୍କର ପାଣ୍ଡ୍ୟା। ସେ ପେଶାରେ ଜଣେ ମସଲା ବ୍ୟବସାୟୀ। ସେ ଆଗ୍ରାର ପିପଲମଣ୍ଡି ନିରାଲାବାଦରେ ବାସ କରନ୍ତି। ସେ ପ୍ରାୟ ୨୨୫ ବର୍ଗ ଫୁଟର ନିଜ ପ୍ରପର୍ଟିକୁ ଏବେ ଜିଲ୍ଲାପାଳଙ୍କ ନାଁରେ କରିଦେଇଛନ୍ତି। ତାଙ୍କ ଘରେ କୌଣସି ଜିନିଷ ଅଭାବ ନାହିଁ। ସବୁ ଆରାମରେ ଚଳନ୍ତି। ତାଙ୍କ ବଡ ପୁଅ ଦିଗ୍ବିଜୟ, ବୋହୂ ଏବଂ ଦୁଇ ନାତିନାତୁଣୀ ତାଙ୍କ ସହ ରୁହନ୍ତି। କିନ୍ତୁ କିଛି ଦିନ ତଳେ ପୁଅ ଦିଗ୍ବିଜୟ ତାଙ୍କୁ ଲଗାତାର ସମ୍ପତ୍ତିରୁ ଭାଗ ମାଗୁଥିଲା। ଏହା ତାଙ୍କର ସବୁଠାରୁ ବଡ ସମସ୍ୟାର କାରଣ ଥିଲା ବୋଲି ଗଣେଶ କହିଛନ୍ତି।
ଅନେକ ଥର ଦିଗ୍ବିଜୟଙ୍କୁ ବ୍ୟବସାୟ ସମ୍ଭାଳିକୁ ସେ କହିଥିଲେ କିନ୍ତୁ ପୁଅ ଶୁଣିବାକୁ ପ୍ରସ୍ତୁତ ନଥିଲା। କେବଳ ସମ୍ପତ୍ତିର ଭାଗ ମାଗୁଥିଲା ଏବଂ ହଇରାଣ କରୁଥିଲେ। ଏଥିରେ ବିରକ୍ତି ହୋଇ ସେ ଜିଲ୍ଲାପାଳଙ୍କୁ ତାଙ୍କର ସବୁ ସମ୍ପତ୍ତି ଦେଇଦେଇଥିବା କହିଛନ୍ତି ଗଣେଶ।
ଏହି ବୃଦ୍ଧ ଜଣକ ନିଜ ସମ୍ପତ୍ତି ଦସ୍ତାବିଜର କପି ଆଗ୍ରା ସିଟି ମାଜିଷ୍ଟ୍ରେଟଙ୍କୁ ଦେଇଛି। ଏନେଇ ବୃଦ୍ଧ ଜଣକ ନିଜେ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ଦୁଇ କୋଟି ଟଙ୍କା। ବହୁ ଚିନ୍ତା କରିବା ପରେ ସେ ଉପରୋକ୍ତ ପଦକ୍ଷେପ ନେଇଛନ୍ତି ବୋଲି ଏହି ବୟସ୍କ ବ୍ୟକ୍ତି ଜଣକ କହିଛନ୍ତି।
The post ବାପା କଥା ଶୁଣିଲାନି ପୁଅ, ଜିଲ୍ଲାପାଳଙ୍କ ନାଁରେ କରିଦେଲେ ୨ କୋଟିର ସମ୍ପତ୍ତି appeared first on Odisha Reporter.
from Odisha Reporter https://ift.tt/3rdJAIH
No comments:
Post a Comment