ରାଜଧାନୀରେ ଟ୍ରକ୍‌ ପଶିବନି କି ଗଡ଼ିବନି ପୁରୁଣା ଗାଡ଼ି, ବନ୍ଦ ହେଲା ୬ ଥର୍ମାଲ ପ୍ଲାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

ରାଜଧାନୀରେ ଟ୍ରକ୍‌ ପଶିବନି କି ଗଡ଼ିବନି ପୁରୁଣା ଗାଡ଼ି, ବନ୍ଦ ହେଲା ୬ ଥର୍ମାଲ ପ୍ଲାଣ୍ଟ

ପ୍ରଦୂଷଣଜନିତ ବିଷ ବଳୟରେ ଫସି ରହିଛନ୍ତି ରାଜଧାନୀ ଦିଲ୍ଲୀବାସୀ। ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଉଛନ୍ତି ରାଜଧାନୀବାସୀ।      ଦିଲ୍ଲୀ ଏନସିଆରରେ ବଢ଼ୁଥିବା ପ୍ରଦୂଷଣ ରୋକିବାକୁ ଲାଗୁ ହେଉଛି ନୂଆ ନୂଆ ପଦକ୍ଷେପ ।

ବିଭିନ୍ନ ରାଜ୍ୟ ସହ ବୈଠକ ପରେ କମିଶନ ଫର ଏୟାର କ୍ୱାଲିଟି ମନିଟରିଂ (CAQM)ଜାରି କରିଛି ନୂଆ ନିର୍ଦ୍ଦେଶନାମା। ଏହା ଅନୁଯାୟୀ,  ଦିଲ୍ଲୀ-ଏନସିଆରରେ ସବୁ ସ୍କୁଲ, କଲେଜ ଓ ଶିକ୍ଷା ସଂସ୍ଥାନକୁ ପୁନଃ ଆଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏହାବାଦ ଅଫିସ, କନଷ୍ଟ୍ରକସନ୍‌ ଓ ଟ୍ରକ୍‌ ଏଣ୍ଟ୍ରି ଉପରେ ମଧ୍ୟ ଲାଗିଛି ରୋକ ।

ଜାଣି ରଖନ୍ତୁ, ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କେଉଁ ସବୁ ପଦକ୍ଷେପ ନିଆଯାଇଛି।

-ରାଜଧାନୀର ୩୦୦ କି.ମି ବଳୟ ମଧ୍ୟରେ ଆସୁଥିବା ସମୁଦାୟ ୧୧ ଥର୍ମାଲ ପ୍ଲାଣ୍ଟ ମଧ୍ୟରୁ ୬ଟିକୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।  ଦିଲ୍ଲୀରୁ ୩୦୦ କିମି ଦୂରରେ ଥିବା ପ୍ଲାଣ୍ଟ ରାଜଧାନୀର ଆବଶ୍ୟକତା ମେଣ୍ଟାଇବେ ବୋଲି କୁହାଯାଇଛି।

-ଦିଲ୍ଲୀ-ଏନସିଆର ମଧ୍ୟରେ ଅବସ୍ଥିତ ଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଓ ଶିକ୍ଷଣ ସଂସ୍ଥା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଅନଲାଇନ୍‌ରେ ପାଠପଢ଼ା ଜାରି ରହିବ।

– ଦିଲ୍ଲୀ-ଏନସିଆର ଅଞ୍ଚଳରେ  ଥିବା ସବୁ ସରକାରୀ, ବେସରକାରୀ କାର୍ଯ୍ୟାଳୟ  ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ।  ଅବଶିଷ୍ଟ ୫୦ ପ୍ରତିଶତ ୱର୍କ ଫ୍ରମ ହୋମ୍‌ କରିବେ।

– ଏନସିଆରରେ ଗ୍ୟାସ କ୍ଷମତା ବିଶିଷ୍ଟ ସବୁ ଇଣ୍ଡଷ୍ଟ୍ରି ଚାଲୁ ରଖିବାକୁ ଅନୁମତି ମିଳିଛି। ହେଲେ କେଉଁଥିରେ ଅନଆପ୍ରୁଭୁଡ ତେଲ ବ୍ୟବହାର କରିବାକୁ ଅନୁମତି ମିଳିନି। ଏପରି ହେଲେ ତୁରନ୍ତ ଉକ୍ତ ଇଣ୍ଡଷ୍ଟ୍ରିକୁ ବନ୍ଦ କରି ଦିଆଯିବ।

-ଯାନବାହନରୁ ପ୍ରଦୂଷଣ ବଢ଼ୁଥିବାରୁ ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଟ୍ରକ୍‌ର ପ୍ରବେଶ ଉପରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରୋକ ଲଗାଇ ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକ୍‌କୁ ହିଁ ଅନୁମତି ମିଳିବ।

– ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଓ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ିକୁ ରାସ୍ତାରେ ଗଡ଼ିବାକୁ ବାରଣ କରାଯାଇଛି। ବ୍ୟସ୍ତବହୁଳ ଅଞ୍ଚଳରେ ଟ୍ରାଫିକ ଟାସ୍କ ଫୋର୍ସ ମୁତୟନ କରାଯାଇଛି। ଏହାବାଦ ଖୁବ୍‌ ଶୀଘ୍ର ସିଏନ୍‌ଜି ବସ୍‌ ସଂଖ୍ୟା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

-ଡିଜେଲ ଦ୍ୱାରା ଚାଳିତ ଜେନେରେଟର ଉପରେ ବ୍ୟାନ୍‌ ଲଗାଯାଇଛି। କେବଳ ଅତ୍ୟାବଶ୍ୟକ ସ୍ଥଳେ ଏହାକୁ ଅନୁମତି ମିଳିବ।

-ଆଣ୍ଟି ସ୍ମଗ ଗନ ଓ ପାଣି ସ୍ପ୍ରେ  କରୁଥିବା ମେଶିନ ସଂଖ୍ୟା ବଢ଼ାଇବାକୁ କୁହାଯାଇଛି। ବ୍ୟସ୍ତବହୁଳ ଅଞ୍ଚଳରେ ଧୁଳିକୁ ହଟାଇବା ପାଇଁ ଦିନକୁ ୩ ଥର ଏହାର ପ୍ରୟୋଗ କରାଯିବ ।

-ଏହି ନିର୍ଦ୍ଦେଶ ଜାରି ହେବା ଏହାର କ’ଣ ପ୍ରଭାବ ରହୁଛି ପ୍ରତିଦିନ ଦିଲ୍ଲୀ ନିକଟବର୍ତ୍ତୀ ରାଜ୍ୟର ଚିଫ ସେକ୍ରେଟେରୀ ଏହାର ତଦାରଖ କରିବେ। ଏହାପରେ ୨୨ ନଭେମ୍ବରରେ  ଆୟୋଗ ସମ୍ମୁଖରେ ରିପୋର୍ଟ ରଖିବେ।

The post ରାଜଧାନୀରେ ଟ୍ରକ୍‌ ପଶିବନି କି ଗଡ଼ିବନି ପୁରୁଣା ଗାଡ଼ି, ବନ୍ଦ ହେଲା ୬ ଥର୍ମାଲ ପ୍ଲାଣ୍ଟ appeared first on Odisha Reporter.



from Odisha Reporter https://ift.tt/3CnTOYT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages