୫୦ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

୫୦ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଠାବ କରିଛି ପୁଲିସ। କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି। ପୁଲିସ କାରଖାନାରେ ଥିବା ୧୧ଟି ମେସିନକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ବି. ରମେଶ। ତାଙ୍କର ଘର ତେଲେଙ୍ଗାନାରେ ହୋଇଥିବା ଜଣାଯାଇଛି।  ବି. ରମେଶଙ୍କ ନାଁରେ ସେମିଳିଗୁଡ଼ା ଥାନାରେ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଏସଡିପିଓ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ଗୁଟଖା କାରାଖାନା ଉପରେ ସେମିଳିଗୁଡ଼ା ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୧୧ ବଣ୍ଡଲରୁ ଊର୍ଦ୍ଧ୍ୱ ଗୁଟଖା,କେମିକାଲ, ପଲିଥିନ, ଚୁନ ଓ ନକଲି ଜର୍ଦ୍ଦା ଜବତ କରାଯାଇଥିଲା।

ଦୀର୍ଘଦିନ ଧରି ନକଲି ଗୁଟଖା କାରଖାନାଟି ଚାଲିଥିବା ପୁଲିସ ତଦନ୍ତ କରିବା ପଡ଼ିଛି। ତେବେ ଗୁଟଖା କାରାଖାନାକୁ କଞ୍ଚାମାଲ କେଉଁଠୁ ଆସିଥିଲା, କଞ୍ଚାମାଲ କିଏ ଯୋଗାଉଥିଲା ପୁଲିସ ତାର ତଦନ୍ତ କରୁଛି।

ପୁଲିସ   ବି. ରମେଶଙ୍କୁ ଜେରା କରି ତାଙ୍କ ପାଖରୁ ଅଧିକ ତଥ୍ୟ ସଂଗ୍ରହ କରୁଛି ଓ ଗୁଟଖା କାରାଖାନାକୁ ସିଲ୍ କରିଛି ଓ ଘଟଣାର ତଦନ୍ତ କରୁଛି।

The post ୫୦ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ appeared first on Odisha Reporter.



from Odisha Reporter https://ift.tt/30FJwq5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages