ଘରୁ ରହି କାମ କରିବା ସପକ୍ଷରେ ନାହିଁ କେନ୍ଦ୍ର, କାର୍‌ ପୋଲିଂ ଲାଗୁ କରିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

ଘରୁ ରହି କାମ କରିବା ସପକ୍ଷରେ ନାହିଁ କେନ୍ଦ୍ର, କାର୍‌ ପୋଲିଂ ଲାଗୁ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ। ଚାରିଆଡେ ଧୂଆଁମୟ ପରିସ୍ଥିତି। ଅଣନିଶ୍ୱାସୀ ଏବେ ରାଜଧାନୀବାସୀ। ବଢ଼ି ଚାଲିଛି ପ୍ରଦୂଷଣ। ଏହାକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌  ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ସୁପାରିଶ କରିଥିଲେ। କିନ୍ତୁ ଏହା ସପକ୍ଷରେ ନାହିଁ କେନ୍ଦ୍ର। WHF ବଦଳରେ କାର୍‌ ପୋଲିଂ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରି ପରାମର୍ଶ ଦିଆଯାଇଛି।

କରୋନା ଯୋଗୁଁ ପୂର୍ବରୁ ବେଶ୍‌ କାମ ପ୍ରଭାବିତ ହୋଇଛି। ୱର୍କ ଫ୍ରମ୍‌ ହୋମ୍‌ରୁ ଅଧିକ ଲାଭ ମିଳିବ ନାହିଁ। ଏହା ପରିବର୍ତ୍ତେ କାର୍‌ ପୋଲିଂ (ଗୋଟିଏ କାର୍‌ରେ ୨ରୁ ଅଧିକ ଲୋକ ଯାଇପାରୁଥିବା) ବ୍ୟବସ୍ଥା ଲାଗୁ କରିବାକୁ ଆଡଭାଇଜରୀ ଜାରି କରାଯାଇଛି ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମ କୋର୍ଟକୁ ଜଣାଇଛନ୍ତି।

ଏଥିସହିତ ଗାଡିର ପ୍ରଦୂଷଣ ସାର୍ଟିଫିକେଟର ଜୋରଦାର ଯାଂଚ ହେବ। ଯେଉଁ ଗାଡିର ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିବା ତା’ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ସେତିକି ନୁହେଁ ସମସ୍ତ ପେଟ୍ରୋଲ ପମ୍ପରେ ପ୍ରଦୂଷଣ ଯାଂଚ ବ୍ୟବସ୍ଥା କରାଯାଇଛି ବୋଲି ସତ୍ୟପାଠରେ କହିଛନ୍ତି କେନ୍ଦ୍ର ସରକାର।

ଗତ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ରର କର୍ମଚାରୀଙ୍କ ପାଇଁ WFH ଉପରେ ବିଚାର କରିବାକୁ କହିଥିଲେ। କେନ୍ଦ୍ର କହିଛି ଯେ, ଉପରୋକ୍ତ ବିଷୟ ବ୍ୟତୀତ ସେମାନେ ଅନଲାଇନ୍ ମୋଡ୍ ଅର୍ଥାତ୍ “ଘରୁ କାମ” ଅଧୀନରେ କାମ କରିବା ସମ୍ଭାବନାକୁ ମଧ୍ୟ ବିଚାର କରୁଛନ୍ତି।

ସେପଟେ ଦିଲ୍ଲୀ-ଏନସିଆରର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡିକ ବାୟୁ ପ୍ରଦୂଷଣ ହେତୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏପରିକି ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ -19 ମହାମାରୀ ହେତୁ ସ୍କୁଲ କଲେଜ ବନ୍ଦ ରହିଥିଲା । ହେଲେ ସ୍ଥିତି ବଦଳିବା ପରେ ଖୋଲିବା ଆରମ୍ଭ ହୋଇଥିଲା।

The post ଘରୁ ରହି କାମ କରିବା ସପକ୍ଷରେ ନାହିଁ କେନ୍ଦ୍ର, କାର୍‌ ପୋଲିଂ ଲାଗୁ କରିବାକୁ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3cp8WKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages