ନୂଆଦିଲ୍ଲୀ: ୫ ଦିନିଆ ରୋମ୍ ଏବଂ ଗ୍ଲାସଗାଓ ଗସ୍ତସାରି ଭାରତ ଫେରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଧବାର ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଜି-ଟ୍ୱେଣ୍ଟି ସମ୍ମିଳନୀ ଏବଂ COP26 ୟୁଏନ୍ କ୍ଲାଇମେଟ ଚେଞ୍ଚ କନ୍ଫରେନ୍ସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସ୍ୱଦେଶ ଫେରିଆସିଛନ୍ତି ମୋଦି। ଭାରତ ଫେରିବା ପୂର୍ବରୁ ମୋଦି ଏକ ଟ୍ୱିଟ୍ କରିଛନ୍ତି। ସେଥିରେ ମୋଦି ଲେଖିଛନ୍ତି ଯେ, ଭାରତ କେବଳ ପ୍ୟାରସ ପ୍ରତିଶ୍ରୁକୁ ପାର କରି ନାହିଁ ବରଂ ଆଗାମୀ ୫୦ ବର୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ମଧ୍ୟ ସ୍ଥିର କରିଛି।
ମୋଦିଙ୍କୁ ଏକ ଭାବବିହୂଳ ପରିବେଶରେ ବିଦାୟ ଦିଆଯାଇଥିଲା। ସେଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ପକ୍ଷରୁ ସମସ୍ତେ ପାରମ୍ପରିକ ଧଳା ରଙ୍ଗର ଡ୍ରେସ ପରିଧାନ କରି ମୋଦିଙ୍କୁ ବିଦାୟ ଜଣାଇଥିଲେ। ଭାରତ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଡ୍ରମ ବଜାଇଥିଲେ। ତେବେ COP26 ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ ଏବଂ ଗୋଟିଏ ଗ୍ରିଡ୍ ସମାଧାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସିଓପି୨୬ ସମ୍ମିଳନୀରେ ଯୋଗଦେବା ଅବସରରେ ବ୍ରିଟେନ, ଇସ୍ରାଏଲ, ୟୁକ୍ରେନ, ନେପାଳ ଆଦି ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷକ ଆଲୋଚନା କରିଥିଲେ।
ମୋଦି ତାଙ୍କ ଇସ୍ରାଏଲୀ ପ୍ରତିପକ୍ଷ ନଫ୍ତଲି ବେନ୍ନେଟଙ୍କ ସହ ପ୍ରଥମ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ସଫଳ ହୋଇଛି ବୋଲି ମୋଦି କହିଛନ୍ତି। ମୋଦି ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା ସୋସିଆଲ ମିଡିଆରେ ଜାରି ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି, ଇସ୍ରାଏଲରେ ଆପଣ ସବୁଠୁ ଲୋକପ୍ରିୟ । ଇସ୍ରାଏଲ ଆସି ମୋ ଦଳରେ ଯୋଗ ଦିଅନ୍ତୁ। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଶୁଣି ମୋଦି ଖୁବ୍ ଜୋର ହସିଥିବା ଭିଡିଓଟିରେ ଦେଖିବାକୁ ମିଳିଛି।
The post ଜି-ଟ୍ୱେଣ୍ଟି ସମ୍ମିଳନୀ ସାରି ଭାରତ ଫେରିଲେ ମୋଦି appeared first on Odisha Reporter.
from Odisha Reporter https://ift.tt/3CGb10J
No comments:
Post a Comment