ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଉଦ୍ଘାଟନ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯିବା ବେଳେ ଲୋକଙ୍କ ଅସନ୍ତୋଷର ଶିକାର ହେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଏପରିକି ଉଭୟ ବରିଷ୍ଠ ନେତାଙ୍କୁ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକାଇ ଦେଲେ ଉତ୍ତ୍ୟକ୍ତ ଲୋକ। ଏପରିକି ସ୍ମାର୍ଟ କ୍ଲାସ୍ ରୁମ୍ ଏବଂ ନବନିର୍ମିତ ମିଶନ ଶକ୍ତି କୋଠାର ଉଦ୍ଘାଟନ୍ କରିପାରିଲେନି ବାଚସ୍ପତି। ଶେଷରେ ନିଜେ ଲୋକଙ୍କ ରାଗକୁ ଶାନ୍ତ କରି ଅସନ୍ତୁଷ୍ଟ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ବୁଝାମୁଝା କରି ଘଟଣାସ୍ଥଳରୁ ଫେରିଲେ ବାଚସ୍ପତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଦିଗପହଣ୍ଡି ଟିକରପଡା ଗାଁରେ ।
ସୂଚନା ସ୍ମାର୍ଟ କ୍ଲାସ୍ ରୁମ୍ ଏବଂ ନବନିର୍ମିତ ମିଶନ ଶକ୍ତି କୋଠା ଉଦ୍ଘାଟନ କରିବାକୁ ଯାଇଥିବା ବେଳେ ବାଚସ୍ପତି ଓ ସାଂସଦଙ୍କୁ ଘେରାଉ କରିଥିଲେ ଲୋକେ । ଦୀର୍ଘ ୨ ଘଣ୍ଟା ଧରି ଉଭୟ ଫସି ରହିଥିଲେ ଗାଁରେ । ରାସ୍ତା ଘାଟ ଠିକ ନ ଥିବା, ଗରିବ ଲୋକଙ୍କୁ ସହାୟତା ମିଳିନଥିବା ଅଭିଯୋଗ କରି ଲୋକେ ଉଭୟଙ୍କୁ ଘେରାଉ କରିଥିଲେ । ଗାଁରେ ଉଦ୍ଘାଟନ ପାଇଁ ପହଞ୍ଚୁ ପହଞ୍ଚୁ ଅସନ୍ତୁଷ୍ଟ ଗ୍ରାମବାସୀ, ନେତୃବୃନ୍ଦ ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନଥିଲେ । ଗ୍ରାମରେ ରାସ୍ତା ଘାଟ ଠିକ ନ ଥିବା, ଗରିବ ଲୋକଙ୍କୁ ସହାୟତା ମିଳିନଥିବା ଅଭିଯୋଗ କରି କାର ଆଗରେ ବସି ରହିଥିଲେ ମହିଳା ଓ ପୁରୁଷ ମାନେ। ପୋଲିସ ବୁଝାସୁଝା କରି ଉଠାଇବା ବେଳେ ଲୋକଙ୍କ ସହ ପୋଲିସ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।
ବିଜେଡି ଜିଲ୍ଲା ଉପସଭାପତି ବି.କ୍ରିଷ୍ଣାରାଓ ସୁବୁଦ୍ଧି , ବ୍ଲକ୍ ଉପାଧ୍ୟକ୍ଷା ପ୍ରତିନିଧି ଏମ୍.ନିରଞ୍ଜନ ରେଡି, ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ କେ.ନୂଆଗାଁ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ନିଜେ ବାଚସ୍ପତି ସମସ୍ତ ଅସନ୍ତୁଷ୍ଟ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ବୁଝାମୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
ତେବେ ପଞ୍ଚାୟତ ପକ୍ଷରୁ ନବନିର୍ମିତ କୋଠା, ଚେକ୍ ଡ୍ୟାମକୁ ବାଚସ୍ପତି ଉଦ୍ଘାଟନ କରିଥିବା ବେଳେ ସ୍କୁଲର ସ୍ମାର୍ଟ କ୍ଲାସରୁମ୍ ଓ ମିଶନ ଶକ୍ତି ଗୃହ ଉଦ୍ଘାଟନ ହୋଇପାରିନଥିଲା ।
The post ବାଚସ୍ପତିଙ୍କୁ ଘେରିଗଲେ ଲୋକ, ପୁଲିସ୍ ସହ ବି ହେଲା ଧସ୍ତାଧସ୍ତି appeared first on Odisha Reporter.
from Odisha Reporter https://ift.tt/3k3qCA1
No comments:
Post a Comment