‘ଦିବ୍ୟଶଙ୍କରଙ୍କୁ ଗୃହରେ ପୂରାଇ ଦିଆଯିବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

‘ଦିବ୍ୟଶଙ୍କରଙ୍କୁ ଗୃହରେ ପୂରାଇ ଦିଆଯିବନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମୃତ୍ୟୁ ମାମଲାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ । ଡିସେମ୍ବର ପହିଲାରୁ ହେବାକୁ ଥିବା ଶୀତ ଅଧିବେଶନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ  ବିଧାନସଭାରେ ପ୍ରବେଶ କରାଇ ଦିଆଯିବ ନାହିଁ । କଂଗ୍ରେସ ବିଧାୟକ ସନ୍ତୋଷ ସାଲୁଜା ଏହା କହିଥିବା ବେଳେ ସମର୍ଥନ ଜଣାଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ।

ବରିଷ୍ଠ କଂଗ୍ରେସ ନେତା ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ  ସିଂହ ସାଲୁଜା କହିଛନ୍ତି ଯେ, ଦିବ୍ୟଶଙ୍କର ବିଧାନସଭା ଆସିଲେ ପବିତ୍ର ଗୃହ ଅପବିତ୍ର ହେବ । ଯାହାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି ତାଙ୍କୁ ଗୃହ ଭିତରକୁ ନ  ପୁରାଇବାକୁ ବାଚସ୍ପତିଙ୍କୁ ଅନୁରୋଧ କରିବୁ । ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ପ୍ରବଳ ବିରୋଧ କରିବୁ  ।

ସାଲୁଜାଙ୍କୁ ସମର୍ଥନ ଜଣାଇ ସୁର ରାଉତରାୟ କହିଛନ୍ତି, ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ତାଙ୍କୁ ପବିତ୍ର ଗୃହରେ ପୂରେଇ ଦିଆଯିବ ନାହିଁ । ଦିବ୍ୟଶଙ୍କର ନିଜ ଆଡୁ ବିଧାନସଭା ନ ଆସିବା ଉଚିତ ।

ଏଥିସହ ସେ କହିଛନ୍ତି, ମମିତା ମାମଲାରେ ଦିବ୍ୟଶଙ୍କରଙ୍କ ନାଁ ବୁଡ଼ିକି ରହିଛି। ସମଗ୍ର ରାଜ୍ୟରେ ତାଙ୍କ ନାଁରେ ଚର୍ଚ୍ଚା ଚାଲିଛି। ତେଣୁ ସେ ବିଧାନସଭାକୁ ଯିବା ଉଚିତ ନୁହେଁ।

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହା ମଧ୍ୟରେ କେଉଁଠି କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ଉଠାଇ ନେଉଛି ତ କେଉଁଠି ବିଜେଡି କର୍ମୀ ବାଡ଼େଇବାକୁ ପଛାଉ ନାହାନ୍ତି।

ଏ ନେଇ ସୁର କହିଛନ୍ତି, “କଂଗ୍ରେସର ଏବେ ଶକ୍ତି ଅଛି, ପୁଲିସ୍‌ ଅଛି। ପୁଲିସ୍‌ ଜରିଆରେ ବାଡେଇ ଯାଉଛନ୍ତି । ସମୟ ଆସିବ, ପୁଲିସ୍‌ ଛିଡ଼ା ହୋଇଥିବ, ତାଙ୍କୁ ମାଡ଼ ହେବ, କେହି ରକ୍ଷା କରିପାରିବେନି। ଆମେ ମାଡ଼ ଖାଇବୁ ମାନେ ଥୋଇବୁ। ମାଡ଼ ମାରିବୁନି । ହେଲେ ମାଡ଼ ହେଲେ ଛାଡ଼ିବୁନି। ”

ଏହାର ଜବାବ ଦେଇ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାରେ ପୁରାଇ ଦିଆଯିବ ନାହିଁ, ଏମିତି କହିବାର  ଅଧିକାର କାହାର ନାହିଁ । ଏହି ବ୍ୟବସ୍ଥାକୁ ଯେଉଁମାନେ ଉଲ୍ଲଂଘନ କରିବେ, ସେହି ଅନୁସାରେ ସେମାନେ ତାର ସମ୍ମୁଖୀନ ହେବେ।  ବିଧାନସଭାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାର ଜବାବ ଦେବାକୁ ବିଜେଡି ପ୍ରସ୍ତୁତ ବୋଲି କହିଛନ୍ତି ଅଶ୍ୱିନୀ ପାତ୍ର ।

The post ‘ଦିବ୍ୟଶଙ୍କରଙ୍କୁ ଗୃହରେ ପୂରାଇ ଦିଆଯିବନି’ appeared first on Odisha Reporter.



from Odisha Reporter https://ift.tt/3Fe6X8E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages