ଲଜ୍ଜା: ୪୦୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ନାବାଳିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ଲଜ୍ଜା: ୪୦୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ନାବାଳିକା

ମୁମ୍ବାଇ: ମହାରାଷ୍ଟ୍ର ବିଡ୍‌ରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଏଠାରେ ଜଣେ ନାବାଳିକାଙ୍କୁ ଜଣେ କି ଦୁଇ ଜଣ ନୁହେଁ ୪୦୦ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ହୋସ୍‌ ଉଡିଯାଇଛି। ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ୩ ଜଣଙ୍କକୁ ଗିରଫ କରିଛି।

ସୂଚନା ମୁତାବକ, ଜଣେ ୧୬ ବର୍ଷୀୟ ଯୁବତୀ ୬ ମାସ ଭିତରେ ୪୦୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏନେଇ ବିଡ୍‌ର ଏସ୍‌ପି ରାଜା ରାମାସ୍ୱାମୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ନାବାଳିକାଙ୍କୁ ୪୦୦ ଜଣ ଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି। ଗତ ୬ ମାସ ଧରି ଏସବୁ ଚାଲିଥିବା ଏସ୍‌ପି କହିଛନ୍ତି। ଏହି ଘଟଣାରେ କିଛି ପୁଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ସେ ସୂଚନା ଦେଇଛନ୍ତି।

ପୀଡିତାଙ୍କ ଅଭିଯୋଗ ମୁତାବକ, ତାଙ୍କ ସହ ଅନେକ ଲୋକମାନେ ଦୁଷ୍କର୍ମ କରିଛନ୍ତି। ଏନେଇ ସେ ବହୁଥର ଅମ୍ବାଜଗୋଇ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପାଇଁ ଯାଇଥିଲେ, କିନ୍ତୁ ପୁଲିସ କୌଣସି ମାମଲା ରୁଜୁ କରିନଥିଲେ। ମାମଲା ରୁଜୁ କରିବା ବଦଳରେ ପୁଲିସ ତାଙ୍କ ପିଛା କରୁଥିଲା। ଅଭିଯୋଗ ପରେ ବି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ପୁଲିସ। କେବଳ ସେତିକି ନୁହେଁ ଜଣେ ପୁଲିସ କର୍ମଚାରୀ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପୀଡିତା ଜଣକ କହିଛନ୍ତି।

ପୀଡିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ମାମଲାରେ ଏବେ ୩ ଜଣଙ୍କୁ ଗିରଫ କରିଛି। ପୀଡିତାଙ୍କ ବୟାନ ଆଧାରରେ ଶିଶୁ ବିବାହ ଆଇନ, ବଳାତ୍କାର, ନିର୍ଯାତନା ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଉକ୍ତ  ନାବାଳିକ ଜଣକ ବିବାହିତ। ପୀଡିତା ଜଣକ ଦୁଇ ମାସ ଗର୍ଭବତୀ ଥିବା ଜଣାପଡିଛି।

The post ଲଜ୍ଜା: ୪୦୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ନାବାଳିକା appeared first on Odisha Reporter.



from Odisha Reporter https://ift.tt/3cb5RxY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages