ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସକୁ ବଡ ସଫଳତା। ୧୦ ଦିନ ଭିତରେ ୩ ହଜାର ୪୮୮ ପଳାତକଙ୍କୁ ଗିରଫ କରିଛି ପୁଲିସ। ବିଭିନ୍ନ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିବା ୩ ହଜାର ୪୮୮ ପଳାତକଙ୍କୁ ଓଡ଼ିଶା ପୁଲିସ ଗିରଫ କରିବାରେ ସମର୍ଥ ହୋଇଛି।
ନଭେମ୍ବର ୫ରୁ ୧୪ ତାରିଖ ଭିତରେ ପଳାତକଙ୍କୁ ଧରିବା ଲାଗି ଓଡ଼ିଶା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଲଞ୍ଚ ହୋଇଥିଲା। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏହି ଆଭିଯାନ ଆରମ୍ଭ ହୋଇଥିଲା। ଗିରଫ ପଳାତକଙ୍କ ମଧ୍ୟରୁ ୨୩୯୨ ଜଣଙ୍କ ବିରୋଧରେ ଜିଆର କେସ୍ ଥିବାବେଳେ ୪୦୦ ଜଣ ସିଜନାଲ୍ ଟ୍ରାଏଲ୍ କେସ୍ ଓ ୬୯୬ ଜଣଙ୍କ ବିରୋଧରେ ଅନ୍ୟାନ୍ୟ କେସ୍ ରହିଛି।
ତେବେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୫୯୨ ଜଣ ଓ୍ୱାରେଣ୍ଟିଙ୍କୁ ଗିରଫ କରାଯାଇଥିବାବେଳେ ଗଞ୍ଜାମରୁ ୫୫୧ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୫୧୬ ଜଣ ଓ୍ୱାରେଣ୍ଟିଙ୍କୁ ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି। ବଡ଼କଥା ହେଉଛି, ଗିରଫ ଓ୍ୱାରେଣ୍ଟିଙ୍କ ମଧ୍ୟରୁ ୨୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଥିଲା
ତେବେ ଓ୍ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସଂପୃକ୍ତ ଜିଲ୍ଲା ପୁଲିସକୁ ରାଜ୍ୟ ପୁଲିସ ପକ୍ଷରୁ ପ୍ରଶଂସା କରାଯାଇଛି। ଓଡ଼ିଶା ଡିଜିପି ନିଜେ ସେମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।
The post ୧୦ ଦିନରେ ଧରାପଡ଼ିଲେ ୩,୪୮୮ ଫେରାର ଅଭିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/31VRaNm
No comments:
Post a Comment