ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ସବ୍ଡିଭିଜନ ବିଭିନ୍ନ ଶୈବପୀଠରେ ୧୪୪ ଧାରା ଜାରି କରିଛି ସ୍ଥାନୀୟ ପ୍ରଶାସନ। ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଜାରି କରାଯାଇଛି। ଗୁରୁଜଙ୍ଗରେ ଥିବା ଧବଳେଶ୍ୱର ମନ୍ଦିରରେ ମଧ୍ୟ ୧୪୪ ଧାରା ଜାରି ହୋଇଛି। ଆଜି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ସ୍ଥାନୀୟ ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ସବୁ ଶିବ ମନ୍ଦିରରେ ପ୍ରଶାସନ ପକ୍ଷରୁ ନୋଟିସ ଲଗାଇବା ସହ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି।
ଗୁରୁଜଙ୍ଗରେ ଥିବା ଧବଳେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି କହିଛନ୍ତି, ବିନା ଭକ୍ତରେ ଠାକୁରଙ୍କ ଦୈନିକ ନୀତିରୀତି ହେଉଛି। ୧୫ରୁ ୧୬ ଜଣ ସେବକ ଠାକୁରଙ୍କ ନୀତିକାନ୍ତି କରୁଛନ୍ତି।
ସୂଚନାଯୋଗ୍ୟ, ପଞ୍ଚୁକ ଓ ବଡ଼ଓଷା ପାଇଁ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି। କରୋନା କଟକଣା ପାଇଁ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହଳି ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତେବେ ଭକ୍ତଙ୍କ ପାଇଁ କଟକଣା ଲାଗିଥିବା ବେଳେ ବାବାଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ କରାଯାଉଛି।। ପରେ ବିନା ଭକ୍ତରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।
The post ଖୋର୍ଦ୍ଧା ସବ୍ଡିଭିଜନର ବିଭିନ୍ନ ଶୈବପୀଠରେ ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3qHSY7g
No comments:
Post a Comment