ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ବିପର୍ଯ୍ୟସ୍ତ ହୋଇ ଯାଇଥିବା ପାଠପଢ଼ା ଏବେ ଧିରେ ଧିରେ ଟ୍ରାକ୍କୁ ଆସୁଛି। ଏ ଯାଏ ଅଷ୍ଠମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା କ୍ଲାସରୁମ୍ରେ ଚାଲିଥିବା ବେଳେ ଦିପାବଳୀ ପରେ ଖୋଲିବ ଷଷ୍ଠ ଓ ସପ୍ତମ । ହେଲେ ନୂଆବର୍ଷ ସୁଦ୍ଧା ସବୁ ଶ୍ରେଣୀ ଖୋଲିପାରେ ବୋଲି ଆଶାବାଦୀ ଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ ବୋଲି ମନ୍ତ୍ରୀ ସମ୍ବଲପୁର ଗସ୍ତବେଳେ ସୂଚନା ଦେଇଛନ୍ତି ।
ଏନେଇ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଦେଇ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, କରୋନାର ତୃତୀୟ ଲହରର କୋପ ଧିରେ ଧିରେ କମିବାରେ ଲାଗିଛି। ତେଣୁ ନୂଆବର୍ଷ ବେଳକୁ ସବୁ କ୍ଲାସ ଖୋଲିଯାଇଥିବ ବୋଲି ଆଶା କରୁଛୁ। ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ଉପରେ ବିଚାର କରୁଛୁ । ପରବର୍ତ୍ତୀ ପଯର୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ । ପ୍ରଥମ, ଦ୍ୱିତିୟ ପିଲାଙ୍କୁ ସାମାଜିକ ଦୂରତା ବିଷୟରେ କହି କିଛି ଲାଭ ନାହିଁ। ତେଣୁ ସେମାନଙ୍କ ସ୍କୁଲ ଖୋଲିବା ପରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।
ଏବେ ଶିକ୍ଷକ ନିଯୁକ୍ତି ପ୍ରକିୟା ଚାଲିଛି। ଡିସେମ୍ବର ପୂର୍ବରୁ ୧୬ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ।
The post ‘ନୂଆବର୍ଷ ସୁଦ୍ଧା ଖୋଲିବ ସବୁ କ୍ଲାସ୍, ଏବେ ଫୋକସ୍ରେ ଷଷ୍ଠ, ସପ୍ତମ’ appeared first on Odisha Reporter.
from Odisha Reporter https://ift.tt/31sd7n9
No comments:
Post a Comment