ମମିତା ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କର ସଂପୃକ୍ତି ରହିଛି: ଭକ୍ତ ଦାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ମମିତା ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କର ସଂପୃକ୍ତି ରହିଛି: ଭକ୍ତ ଦାସ

କଳାହାଣ୍ଡି (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଲୋକ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ  ସେଥିପାଇଁ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।

ସେ କହିଛନ୍ତି, ମମିତା ହତ୍ୟା ମାମଲାରେ କେବଳ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ନାହିଁ। ମନ୍ତ୍ରୀଙ୍କ ବ୍ୟତିତ ବଡ଼ ଲୋକମାନେ ବି ଏହି ଘଟଣାରେ ସାମିଲ ଅଛନ୍ତି। ମନ୍ତ୍ରୀଙ୍କ ଏକା ସଂପୃକ୍ତି ଥିଲେ, ତାଙ୍କୁ ଦଳରୁ ବାହାର କରି ଦିଆଯାଇଥାନ୍ତା। ଏହି ଘଟଣାରେ ମନ୍ତ୍ରୀଙ୍କ ବ୍ୟତିତ ବଡ଼ ଲୋକଙ୍କର ସଂପୃକ୍ତି ଅଛି, ସେହି ବଡ଼ ଲୋକେମାନେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର। ସେଥିପାଇଁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।

ସେ ଆହୁରି କହିଛନ୍ତି, ମମିତା ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକ ମଧ୍ୟ କ୍ରିମିନାଲ ହୋଇଯାଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବି କ୍ରିମିନାଲ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଅପରାଧୀକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ନବୀନ ବାବୁ ଯଦି ମରଦ ପୁଅ ହୋଇଥିବେ, ତାହାହେଲେ ସେ ଇସ୍ତଫା ଦେବେ। ମରଦ ପୁଅ ନ ହୋଇ ଥିଲେ ଚୁପଚାପ ବସ, ମଜା ଦେଖ ଓ ମଜା କର।

ମନ୍ତ୍ରୀଙ୍କ ପିଏସଓ,  ଗାଡ଼ି ଡ୍ରାଇଭର ଓ ତାଙ୍କ ଅଙ୍ଗରକ୍ଷୀଙ୍କ ଫୋନ କଲ୍ ଡିଟେଲ ଯାଞ୍ଚ କରାଯାଉ ବୋଲି ଭକ୍ତ କହିଛନ୍ତି।

ସେ କହିଛନ୍ତି,ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ଆଜିଠୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ।  ଆଜି କଳାହାଣ୍ଡି ଜିଲ୍ଲାରେ ଲୋକଙ୍କୁ ସଚେତନା କରିବା ପାଇଁ ଭକ୍ତ ମଟର ସାଇକେଲରେ ରାଲି କରିଛନ୍ତି।

ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ  ବିରୋଧ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଗତକାଲି  ଭବାନୀପାଟଣାର ଗାନ୍ଧିଛକରେ ‘ମମିତା ମେହେର ମାଗୁଛି ନ୍ୟାୟ’ ପ୍ରସଙ୍ଗରେ ଏକ ସାଧାରଣ ସଭା ହୋଇଥିଲା। ଏହି ସଭାରେ ସଭାରେ ଭକ୍ତ ଦାସ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଥିଲେ।

 

 

The post ମମିତା ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କର ସଂପୃକ୍ତି ରହିଛି: ଭକ୍ତ ଦାସ appeared first on Odisha Reporter.



from Odisha Reporter https://ift.tt/3BFycqo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages