ପ୍ରାଇଭେଟ୍‌ ପାର୍ଟ ପାଇଁ ହଟହଟା ହେଲେ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ପ୍ରାଇଭେଟ୍‌ ପାର୍ଟ ପାଇଁ ହଟହଟା ହେଲେ ଅଭିନେତା

ୱାଶିଂଟନ: ବିମାନ ବନ୍ଦରରେ ଅଭିନେତା ଅଟକ। ସନ୍ଦିଗ୍ଧ ଭାବି ଅଟକ ରଖିଲା ପୁଲିସ। ଆମେରିକାନ୍‌ ଅଭିନେତା ଜୋନା ଫାଲକନ୍‌ଙ୍କୁ ବିମାନବନ୍ଦରରେ ଯାଞ୍ଚ ବେଳେ ଅଜବଗଜବ ପରିସ୍ଥିତିର ସାମ୍ନାକୁ କରିବାକୁ ପଡିଛି।

ପ୍ରକୃତରେ ଅଭିନେତା ଜୋନା ତାଙ୍କ ପାଣ୍ଟ ଭିତରେ କିଛି ସନ୍ଦିଗ୍ଧ ଜିନିଷ ଲୁଚାଇଥିବା ସନ୍ଦେହରେ ତାଙ୍କୁ ବିମାନବନ୍ଦରର ଯାଂଚ ଟିମ୍‌ ଅଟକାଥିଲା। ଏହାପରେ ତାଙ୍କର ତଲାସି ନିଆଯାଇଥିଲା। କିନ୍ତୁ ଯାଂଚ ପରେ ତାଙ୍କ ପାଖରୁ କିଛି ମିଳିନଥିଲା। ତାଙ୍କ ପ୍ୟାଣ୍ଟ ଫୁଲି ରହିଥିବା ଯୋଗୁଁ ପୁଲିସ ତାଙ୍କୁ ସନ୍ଦେହ କରିଥିଲା।

ଏକ ସାକ୍ଷାତକାର୍‌ରେ ଅଭିନେତା ଜୋନା ଏନେଇ ଖୁଲସା କରିଛନ୍ତି। ୨୦୧୨ରେ ଫ୍ରାନ୍ସିସ୍କୋ ବିମାନ ବନ୍ଦରରେ ତାଙ୍କସହ ଏଭଳି ଘଟଣା ଘଟିଥିଲା। ତାଙ୍କ ପ୍ରାଇଭେଟ ପାର୍ଟ ପାଇଁ ତାଙ୍କୁ ଏଭଳି ପିରସ୍ଥିତି ଭୋଗିବାକୁ ପଡିଥିଲା। ସୁରକ୍ଷାକର୍ମୀମାନେ ମୋର ଯାଂଚ କରିଥିଲେ ବୋଲି ସେ କହିଛନ୍ତି।

ରିପୋର୍ଟ ମୁତାବକ, ୫୧ ବର୍ଷୀୟ ଜୋନା ଫାଲକନ୍‌ ଜଣେ ଆମେରିକୀୟ ଅଭିନେତା ହେବା ସହ ଜଣେ ପ୍ରସିଦ୍ଧ ଟେଲିଭିଜନ ହୋଷ୍ଟ ମଧ୍ୟ। ତାଙ୍କ ପ୍ରାଇଭେଟ ପାର୍ଟ ସବୁଠାରୁ ବଡ ବୋଲି ସେ ୧୯୯୯ରେ ଦାବି କରିଥିଲେ। ଏହି ଦାବି ଉଠାଇ ସେ ଚାରିଆଡେ ଚର୍ଚ୍ଚିତ ହୋଇଥିଲେ। ଏଥିପାଇଁ ତାଙ୍କ ଅଭିନୟ କ୍ୟାରିଅର ପ୍ରଭାବିତ ହୋଇଛି। ଏହାକୁ ନେଇ ତାଙ୍କୁ ଅନେକ ନିରାଶ ହେବାକୁ ପଡିଛି ବୋଲି ଏହି ଆମେରିକୀୟ ଅଭିନେତା ଜଣକ କହିଛନ୍ତି।

The post ପ୍ରାଇଭେଟ୍‌ ପାର୍ଟ ପାଇଁ ହଟହଟା ହେଲେ ଅଭିନେତା appeared first on Odisha Reporter.



from Odisha Reporter https://ift.tt/3mEZclV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages