କାଲି ଚଢ଼ଉ, ଆଜି ବନ୍ଧା ହେଲେ କୋଟିପତି ଯନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

କାଲି ଚଢ଼ଉ, ଆଜି ବନ୍ଧା ହେଲେ କୋଟିପତି ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ। ଗତକାଲି ଋଷିନାଥଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଆୟ ବର୍ହିଭୂତ ସମ୍ପତ୍ତି ମିଳିଥିଲା ।

ରୁଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳର ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ଋଷିନାଥଙ୍କ ୨ କୋଟି ୭୦ ଲକ୍ଷର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ବେଳେ ଘରୁ ୩୫ ହଜାର ଟଙ୍କାର ପୁରୁଣା ୫ ଶହ ଟଙ୍କିଆ ନୋଟ ଜବତ ହୋଇଥିଲା। । ଭିଜିଲାନ୍ସର ୪ ଟିମ୍ ଏହି ଚଢ଼ାଉ କରିଥିଲା।

ଭୁବନେଶ୍ୱର  ଭିଜିଲାନ୍ସ ବିଭାଗର ୪ଜଣ ଡିଏସପିଙ୍କ ନେତୃତ୍ୱରେ ୮ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଥିଲା ଭିଜିଲାନ୍ସ।

ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ  ଅଭିଯୋଗରେ ଗତକାଲି ଭିଜିଲାନ୍ସ ଟିମ୍   ଋଷିନାଥଙ୍କୁ ଭୁବନେଶ୍ୱରକୁ ଆଣି ପଚରାଉଚରା କରୁଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

The post କାଲି ଚଢ଼ଉ, ଆଜି ବନ୍ଧା ହେଲେ କୋଟିପତି ଯନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3qPGNVV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages