ଭାରତୀୟ ନୌସେନାରେ ଆଇଏନଏସ୍‌ ବିଶାଖାପଟନମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ଭାରତୀୟ ନୌସେନାରେ ଆଇଏନଏସ୍‌ ବିଶାଖାପଟନମ୍

ବିଶାଖାପାଟଣା:  ଭାରତୀୟ ନୌସେନାରେ ସାମିଲ ହେଲା  ଆଇଏନଏସ  ବିଶାଖାପଟନମ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇ ଡକ୍ ୟାଡରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ୍ କରମବୀର ସିଂ ମଧ୍ୟ ଉପସ୍ଥିତ ଥିଲେ । ଆଇଏନଏସ  ବିଶାଖାରାଟନମ୍ ନୌସେନାରେ ସାମିଲ ହେବା ପରେ  ରକ୍ଷା କ୍ଷେତ୍ର ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି।

ଆତ୍ମ ନିର୍ଭର ଭାରତରେ ପ୍ରସ୍ତୁତ ହୋଇଛି  ଦେଶର ସବୁଠୁ ବଡ଼ ବିଧ୍ୱଂସକାରୀ ପୋତ। ଆଇଏନଏସ  ବିଶାଖାପଟନମକୁ ଦେଶକୁ ସମର୍ପିତ କରି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି , ଏହି ବିଧ୍ୱଂସକାରୀ ପୋତ ଦ୍ୱାରା  କେବଳ ଭାରତ ସୁରକ୍ଷିତ ହେବ ତା ନୁହେଁ  ଭାରତ ଅନ୍ୟ ଦେଶ ଗୁଡିକୁ ମଧ୍ୟ ସୁରକ୍ଷା  ଯୋଗାଇ ପାରିବ।

ଭାରତ ଜଳଭାଗରେ କେବଳ ଭାରତ ମହାସାଗର ଭିତରେ ସୀମତ ହେବ ନାହିଁ , ବରଂ ପ୍ରଶାନ୍ତ ମହାସାଗର ଓ ଆଣ୍ଟଲାଟିକ୍ ମହା ସାଗରକୁ ମଧ୍ୟ ସ୍ପର୍ଶ କରି ପାରିବ । ଆଇଏନଏସ  ବିଶାଖାପଟନମ୍ ଭାରତୀୟ ନୌସେନାରେ ସାମିଲ ହେବା  ଦେଶର  ପ୍ରତିରକ୍ଷା କ୍ଷେତ୍ର ପାଇଁ ସ୍ୱର୍ଣ୍ଣିମ ଦିବସ।

ଚଳିତ ବର୍ଷ ଭାରତ ୭୫ ତମ ସ୍ୱାଧୀନତା ଦିବସ ଓ ୧୯୭୧ ପାଇଁ ଭାରତର ୫୦ତମ ବିଜୟ ଦିବସ ପାଳନ କରୁଛି । ଏହି ଉତ୍ସବ ପାଇଁ  ଏହା ଠାରୁ ଆଉ ଭଲ ଦିନ ନଥାଇ ପାରେ ବୋଲି କହିଛନ୍ତି ରାଜନାଥ । ଏହାସହ  ଭାରତ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏହି ପାରକ୍ରମୀ ବିଧ୍ୱଂସକ ପୋତ ପାଇଁ ସମସ୍ତ ନୌସନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ।

ଆଇଏନଏସ  ବିଶାଖାପଟନମ୍ ୭୫ ପ୍ରତିଶତ ଅଂଶ ଭାରତୀୟ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ  ଉପକରଣରେ ନିର୍ମିତ ହୋଇଛି । ଏହା ଭାରତର ପ୍ରଥମ ଗୁପ୍ତ ସୁରକ୍ଷିତ  ଯୁଦ୍ଧ ପୋତ।  ଯାହାର ଲମ୍ବ ୧୬୩ ମିଟର ଥିବା ବେଳେ ପ୍ରସ୍ତ ୧୭ ମିଟର ରହିଛି। ଏହାର ଓଜନ ପ୍ରାୟ ୭୪୦୦ ଟନ୍। ସମୁଦ୍ରରେ ଏହାର ବେଗ ରହିଛି  ଘଣ୍ଟା ପ୍ରତି ୫୬ କିଲୋ ମିଟର। ଏକା ଥରକେ ପ୍ରାୟ ୭୫୦୦ କିଲୋ ମିଟର  ଜଳପଥରେ ଅତିକ୍ରମ କରି ଶତ୍ରୁଙ୍କୁ ମାତ ଦେଇ ପାରିବ ଆଇଏନଏସ ବିଶାଖାପଟନମ୍ ।

ଏହାର ରାଡାର ସିଷ୍ଟମ ବେଶ ଉନ୍ନତ ମାନର।  ଶତ୍ରୁ ଦେଶରେ ରାଡରରେ ଆସିବା ପୂର୍ବରୁ ହିଁ ଆଇଏନଏସ ବିଶାଖାପଟନମ ଶତ୍ରୁଙ୍କୁ  ମାତ ଦେଇ ଫେରି ଆସି ପାରିବ। ଅର୍ଥାତ୍ ଶତ୍ରୁ ଦେଶର ରାଡାରରୁ ନିଜକୁ ସୁରକ୍ଷିତ ରଖି ପାରିବା ଭଳି ଟେକନୋଲୋଜି ଏଥିରେ ଖଞ୍ଜା ଯାଇଛି।

ସବୁ ଠାରୁ ଶକ୍ତିଶାଳୀ ମିଶାଇଲ୍ ବ୍ରହ୍ମସକୁ ଏହା ମଧ୍ୟରୁ ଉତକ୍ଷେପଣ କରାଯାଇ ପାରିବ।  ୩୦୦ କିଲୋ ମିଟରର ଲକ୍ଷ୍ୟଭେଦ କ୍ଷମତା ଥିବା ୧୬ଟି  ବ୍ରହ୍ମସ ମିଶାଇଲ  ଆଇଏନଏସ ବିଶାଖାପଟନମରେ ଲଗାଯିବ।

ଏପରି କି ଆକାଶ ପଥରେ  ୧୫୦ କିମି ଲକ୍ଷ୍ୟଭେଦ କ୍ଷମତା ରଖିଥିବା ୮ଟି ବାରକ ମିଶାଇଲ୍  ମଧ୍ୟ ଏଥିରେ ଖଞ୍ଜା ଯିବ। ସରଫେସ୍  ଟୁ ଏୟାର ମିଶାଇଲ୍ , ଆଣ୍ଟି ସବମରାଇନ୍ ରକେଟ୍ , ସଟ୍ ରେଞ୍ଜ  ଗନ୍ ମଧ୍ୟ ଆଇଏନଏସ୍‌ ବିଶାଖାପଟନମରେ ଲାଗି ପାରିବ।

ଏହି ଯୁଦ୍ଧ ପୋତରେ ୩୧୨ ଜଣ  ନୌସେନା  ଅଧିକାରୀ କାମ କରିବେ। ଯୁଦ୍ଧ ସମୟରେ ଶତ୍ରୁର ପରମାଣୁ  କିମ୍ବା ରସାୟନିକ ଅସ୍ତ୍ରକୁ ମଧ୍ୟ ଏହା ପ୍ରତିହତ କରି ପାରିବ। ଏବେ ଏହି ବିଧ୍ୱଂସକାରୀ ବିଶାଖାପଟନମ ଭାରତୀୟ ସେନାରେ ସାମିଲ ହେବା ପରେ ଦେଶର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି ।

The post ଭାରତୀୟ ନୌସେନାରେ ଆଇଏନଏସ୍‌ ବିଶାଖାପଟନମ୍ appeared first on Odisha Reporter.



from Odisha Reporter https://ift.tt/3CEy0bF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages