ଯାଞ୍ଚ ହେବ ଗୋବିନ୍ଦ ସାହୁ ହସ୍ତାକ୍ଷର, ଖୋଲିପାରେ ଗୁମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ଯାଞ୍ଚ ହେବ ଗୋବିନ୍ଦ ସାହୁ ହସ୍ତାକ୍ଷର, ଖୋଲିପାରେ ଗୁମର

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁର ହସ୍ତାକ୍ଷରରୁ ମିଳିବ କି କିଛି ବଡ଼ ପ୍ରମାଣ ? ଖୋଲିବ କି ସନସାଇନ୍ ସ୍କୁଲ ଓ ମହାଲିଙ୍ଗ କଲେଜର ଗୁମର ? ଏସବୁର ତଦନ୍ତ ପାଇଁ ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୁଲିସ୍। ଗୋବିନ୍ଦର ହସ୍ତାକ୍ଷର ଯାଞ୍ଚ କରିବାକୁ ବଙ୍ଗୋମୁଣ୍ଡା ଜେଏମ୍ଏଫସିରେ ଆବେଦନ କରିଛି ପୁଲିସ୍।

ଗୋବିନ୍ଦର ହ୍ୟାଣ୍ଡରାଇଟିଂର ଯାଞ୍ଚ କରିବା ପରେ କିଛି ଠୋସ୍ ପ୍ରମାଣ ଯୋଗାଡ଼ କରିବାକୁ ଯୋଜନା ରଖାଯାଇଛି। ତେବେ ଏହାକୁ କୋର୍ଟରେ ବିରୋଧ କରିଛନ୍ତି ଅଭିଯୁକ୍ତଙ୍କ ଓକିଲ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ।

ଅନୁମାନ କରାଯାଉଛି ହ୍ୟାଣ୍ଡରାଇଟିଂ ଟେଷ୍ଟ ପାଇଁ ପୁଣି ଥରେ ଗୋବିନ୍ଦଙ୍କୁ ରିମାଣ୍ଡରେ ଅଣାଯାଇପାରେ। ନଚେତ୍ ଜେଲରଙ୍କ ସମ୍ମୁଖରେ ତାଙ୍କ ହ୍ୟାଣ୍ଡରାଇଟିଂ ସଂଗ୍ରହ କରିପାରେ ପୁଲିସ୍। ତେବେ ଆସନ୍ତା ଶୁଣାଣିରେ ଏସମ୍ପର୍କରେ ରାୟ ଶୁଣାଇବେ କୋର୍ଟ।

ମମିତା ସନ୍‌ସାଇଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିବା ନେଇ କୋର୍ଟରେ ପ୍ରମାଣିତ କରିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯାଉଛି। ସୂଚନାଯୋଗ୍ୟ, ମମିତା ହତ୍ୟା ମାମଲାରେ  ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ  ଗିରଫ କରିଛି। ଏହାସହ ଗୋବିନ୍ଦର ସହଯୋଗୀ  ରାଧେକୁ ମଧ୍ୟ ପୁଲିସ ଗିରଫ କରିଛି।

The post ଯାଞ୍ଚ ହେବ ଗୋବିନ୍ଦ ସାହୁ ହସ୍ତାକ୍ଷର, ଖୋଲିପାରେ ଗୁମର appeared first on Odisha Reporter.



from Odisha Reporter https://ift.tt/3DIc6p9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages