ବାହାର ଚକାଚକ୍‌, ଭିତର ଫମ୍ପା; ଯେକୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

ବାହାର ଚକାଚକ୍‌, ଭିତର ଫମ୍ପା; ଯେକୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ରହିଛି ରାଜା ଧରଣୀଧର ହାଇସ୍କୁଲ। ଏହି ସ୍କୁଲ ୧୯୪୫ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୨୦୦ ଜଣ ଛାତ୍ରାଛାତ୍ରୀ ପାଠ ପଢ଼ନ୍ତି। ୭୬ ବର୍ଷର ଏହି ସର୍ବପୁରାତନ ସ୍କୁଲଟି ବାହାରକୁ ଚକାଚକ୍ ଦେଖାଯାଉଥିଲେ ମଧ୍ୟ ଭିତରର ଅବସ୍ଥା ନ କହିବା ଭଲ।

ସ୍କୁଲ୍‌ର ଶ୍ରେଣୀ ଗୃହ ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏଥିସହ ଶ୍ରେଣୀ ଗୃହ ଭିତର ପଟୁ କାନ୍ଥ ଫାଟି ଆଁ କରିଛି। ବର୍ଷା ଦିନେ ଛାତରୁ ପାଣି ପଡୁଛି। ଛାତରୁ ପାଣି ପଡ଼ି ସ୍କୁଲରେ କମ୍ପ୍ୟୁଟର ଗୁଡ଼ିକ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି।

   ଶ୍ରେଣୀ ଗୃହ କାନ୍ଥ ଫାଟି ଆଁ କରିଛି

ସ୍କୁଲ କାନ୍ଥରେ ବୋଳି ବାହାରୁ ଚକାଚକ୍ କରାଯାଉଥିଲେ ମଧ୍ୟ ଭିତର ପଟୁ ଭାଙ୍ଗି ଯାଉଥିବା ଅଂଶ ଗୁଡ଼ିକୁ ମରାମତି କରାଯାଉନାହିଁ। ଛାତ୍ରଛାତ୍ରମାନେ ବିପଦସଙ୍କୁଳ କୋଠରୀରେ ବସି ପାଠ ପଢ଼ୁଛନ୍ତି। କେତେବେଳେ ଯେ ଅଘଟଣ ଘଟିବ, ତାହା କହି ହେବ ନାହିଁ। ତଥାପି ସମସ୍ତେ ବେପରୁଆ ହୋଇ ବସିଛନ୍ତି।

                  ଖସୁଛି ସିମେଣ୍ଟ ଅତଡ଼ା

ଛାତ୍ରୀ ଶ୍ରାବଣୀ ସାହୁ କହିଛନ୍ତି, ଆମେ ଶ୍ରେଣୀଗୃହରୁ  ସିମେଣ୍ଟ ଖଣ୍ଡ ଖସୁଛି। ଆମେ ଯେଉଁଠି ପ୍ରାର୍ଥନା କରୁ, ସେଠି ମଧ୍ୟ ସିମେଣ୍ଟ ଖଣ୍ଡ ଖସୁଛି। ବର୍ଷା ହେଲେ ଛାତରୁ ପାଣି ପଡ଼ୁଛି।  ଆମେ ପାଠପଢ଼ିବା ପାଇଁ ଭାରି ହଇରାଣ ହେଉଛୁ। ସରକାର ଆମ ସ୍କୁଲଟିକୁ ଶୀଘ୍ର ମରାମତି କରି ଦିଅନ୍ତୁ।

ବଣାଇ  ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ କହିଛନ୍ତି, ରାଜା ଧରଣୀଧର ହାଇସ୍କୁଲଟି ବହୁତ ପୁରୁଣା ସ୍କୁଲ। ଏହି ସ୍କୁଲର ଛାତରୁ ପାଣି  ପଡ଼ିବା ସହ କ୍ରଂକିଟ ମଧ୍ୟ ଖସୁଛି। ଟେକ୍ନିକାଲ ଉପାୟରେ ସ୍କୁଲଟିକୁ ମରାମତି କରାଯିବ। 

ଛାତରୁ ପାଣି ପଡ଼ି ସ୍କୁଲରେ ଥିବା କମ୍ପ୍ୟୁଟର ଗୁଡିକ ନଷ୍ଟ ହୋଇଯାଇଛି

ସୂଚନାଯୋଗ୍ୟ, ରାଜ୍ୟରେ କରୋନା କଟକଣା ଉଠିବା ପରେ ପର୍ଯ୍ୟାୟକ୍ରମେ ଏହି ସ୍କୁଲ୍‌ରେ ମଧ୍ୟ ସମସ୍ତ ପ୍ରକାର ନୀତି ନିୟମକୁ ମାନି ପୁଣି ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଯାଉଛି।

 

The post ବାହାର ଚକାଚକ୍‌, ଭିତର ଫମ୍ପା; ଯେକୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ appeared first on Odisha Reporter.



from Odisha Reporter https://ift.tt/3DdDds9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages