ମୁମ୍ବାଇ: ପୁଣି ଥରେ ନିଜ ବିବାହକୁ ନେଇ ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ୍ ପୁନମ ପାଣ୍ଡେ। ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ମାରପିଟ ଅଭିଯୋଗରେ ବନ୍ଧା ହେଲେ ତାଙ୍କ ସ୍ୱାମୀ ସାମ୍ ବମ୍ବେ । ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିବା ପରେ, ସୋମବାର ସନ୍ଧ୍ୟାରେ ପୁଲିସ୍ ତାଙ୍କୁ ଗିରଫ କରିଛି । ପୁନମଙ୍କ ମୁଣ୍ଡ, ମୁହଁ ତଥା ଆଖିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲଣେ ଭର୍ତ୍ତି କରାଯାଇଛି।
ତେବେ ଏହା ପ୍ରଥମ ଥର ନୁହେଁ ଯେ, ପୁନମ ସାମଙ୍କ ଉପରେ ପୂର୍ବରୁ ମଧ୍ୟ ମାରପିଟ ଅଭିଯୋଗ ଆଣିଥିଲେ। ବିବାହର କିଛି ଦିନ ପରେ ପୁନମ ସ୍ୱାମୀ ସାମ ଓ ଶାଶୂ-ଶ୍ୱଶୁରଙ୍କ ନାଁରେ ଉପରେ ଗୋଆର କାନାକୋନା ଥାନାରେ ଏଫ୍ଆଇଆର୍ ଦେଇଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାର୍ପିଟ୍ କରିଥିବା ତଥା ମାରି ଦେବାକୁ ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି ସାମ୍ ଅହମଦ ବମ୍ବେଙ୍କୁ ଗିରଫ କରିଥିଲା। କିନ୍ତୁ ପରଦିନ ସେ ଜାମିନ ପାଇଯାଇଥିଲେ। ପୁନମ ଗୋଆରେ ସୁଟିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା।
ପୁନମ ଓ ସାମ୍ ଗତ ବର୍ଷ ସେପ୍ଟେମ୍ବରରେ ବିବାହ କରିଥିଲେ । ଏହାପରେ ଗୋଆକୁ ହନିମୁନ୍ ପାଇଁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଳହ। ପୁନମ ସେତେବେଳେ କହିଥିଲେ ଯେ,ସେ ଏହି ବିବାହକୁ ଶେଷ କରିବାକୁ ଚାହୁଁଛନ୍ତି। ହେଲେ ଏହାପରେ ଉଭୟଙ୍କ ସମ୍ପର୍କରେ ସୁଧାର ଆସିଥିଲା ଓ ଉଭୟ ଏକତ୍ର ରହୁଥିଲେ। କିନ୍ତୁ ବର୍ତ୍ତମାନ ପୁନମ ପୁଣିଥରେ ସାମଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି ।
The post ହସ୍ପିଟାଲରେ ପୁନମ୍ ପାଣ୍ଡେ, ବନ୍ଧା ହେଲେ ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/3bTOguw
No comments:
Post a Comment