ବାଲେଶ୍ୱର ( ଓଡ଼ିଶା ରିପୋର୍ଟର): ପରିବା ମାର୍କେଟ୍ରୁ ମିଳିଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର। ବ୍ରାଉନ ସୁଗରର ହବ୍ ପାଲଟିଥିବା ବାଲେଶ୍ୱରରୁ ଏହା ଜବତ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍)।
ଅଭିଯୁକ୍ତ ଦ୍ୱୟ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି। ସେମାନେ ହେଲେ ଅଶୋକ ଯାଦବ ଓ ସୁରଜ ଯାଦବ। ଦୁଇ ଭାଇ କିଛି ବର୍ଷ ହେବ ବାଲେଶ୍ୱରରେ ବ୍ରାଉନ ସୁଗର ବେପାର କରୁଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଅଶୋକ ଓ ସୁରଜ ବ୍ରାଉନ ସୁଗର ବେପାର କରୁଥିବା ଏସଟିଏଫ୍ ଟିମ୍ କୌଣସି ସୂତ୍ରରେ ଖବର ପାଇଥିଲା। ଏହି ଦୁଇ ଭାଇ ଉପରେ ଏସଟିଏଫ୍ ଟିମ୍ ଦୁଇ ଦିନ ହେବ ନଜର ରଖିଥିଲା। ଆଜି ବାଲେଶ୍ୱର ସହରର ନୂଆବଜାର ଓ ରାଣୀପାଟଣାରେ ଏସଟିଏଫ୍ର ଟିମ୍ ଚଢ଼ାଉ କରି ପ୍ରାୟ ୧ କିଲୋଗ୍ରାମ ଓଜନର ବ୍ରାଉନ ସୁଗର ଜବତ କରିଥିଲା। ଅଶୋକ ଓ ସୁରଜକୁ ଏସଟିଏଫ୍ ଗିରଫ କରି ବାଲେଶ୍ୱର ନେଇଥିବା ଜଣାପଡ଼ିଛି। ଚ
ଅଶୋକ ଓ ସୁରଜ ବାହାର ରାଜ୍ୟରୁ ଆସୁଥିବା ପନିପରିବା ଗାଡ଼ିରେ ବ୍ରାଉନ ସୁଗର ଆଣୁଥିଲେ। ଆଉ ତାକୁ ବିଭିନ୍ନ ଜିଲ୍ଲାରେ ବିକ୍ରି କରୁଥିଲେ।
The post ପରିବା ମାର୍କେଟରୁ ମିଳିଲା କୋଟିଏ ଟଙ୍କାର ଧଳା ଜହର appeared first on Odisha Reporter.
from Odisha Reporter https://ift.tt/3BZ7OrZ
No comments:
Post a Comment