ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡର ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ତଳେ ପଞ୍ଜାବରେ ଥିବା ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲା। ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଭାରତ ସରକାର ପାକିସ୍ତାନ ସହ ଲାଗିଥିବା କର୍ତ୍ତାରପୁର କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଗକୁ ପ୍ରଥମ ଶିଖ ଗୁରୁ ନାନକଙ୍କ ଜନ୍ମଦିନ ଅର୍ଥାତ ଗୁରୁପର୍ବ ରହିଛି। ଏଥିପାଇଁ ସରକାର ଅଟ୍ଟାରୀ-ୱାଘା ବର୍ଡର ଦେଇ ଶିଖ୍ ଶ୍ରଦ୍ଧାଳୁଙ୍କୁ କର୍ତ୍ତାରରପୁର କରିଡିରରେ ଯିବାକୁ ଅନୁମତି ଦେଇଛନ୍ତି। ଗତ ସପ୍ତାହରେ ପାକିସ୍ତାନ ସରକାର ମଧ୍ୟ କରିଡର ଖୋଲିବାକୁ ଭାରତକୁ ଅନୁରୋଧ କରିଥିଲେ।
୨୦୧୯ରେ ତିଆରି ହୋଇଥିବା ଏହି କରିଡର ଗତବର୍ଷ ମାର୍ଚ୍ଚ ମାସ ଠାରୁ କରୋନା ପାଇଁ ବନ୍ଦ ରହିଛି। କରୋନା ସଂକ୍ରମଣ କମିଲେ ଏହାକୁ ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏବେ ସ୍ଥିତି ସ୍ୱାଭାବିକ ହେବା ସହ ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ରହିଛି। ତେଣୁ ଭାରତ ସରକାର ସବୁ କିଛିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଗତବର୍ଷ କରିଡର ବନ୍ଦ ହେବା ପରେ ପାକିସ୍ତାନ ସହାୟତାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ୱାଘା-ଅଟ୍ଟାରୀ ସୀମାରେ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଉଥିଲା। ଏବେ କରିଡର ଖୋଲିବାରୁ ଶ୍ରଦ୍ଧାଳୁମାନେ ଦରବାର ସାହିବକୁ ଯାଇପାରିବେ। ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିଛନ୍ତି। ଏଥିରେ ପାକିସ୍ତାନ ମଧ୍ୟ ସହଯୋଗ କରିଥିଲା। ଏହି କରିଡର୍ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିଛି। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।
ଏଠାରେ ଗୁରୁ ନାନକ ଦେବ ବିଶ୍ରାମ କରିଥିଲେ। ତେଣୁ ଏହାକୁ ଶିଖ୍ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବେ ପରିଚିତ। ଶିଖ୍ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ସହଜରେ ସେଠାକୁ ଯା’ଆସ କରିପାରିବେ, ସେଥିପାଇଁ ଭାରତ ସରକାର କରିଡର୍ ନିର୍ମାଣ କରିଛନ୍ତି। ଏହି କରିଡର୍ ନିର୍ମାଣ ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିଛନ୍ତି ଓ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି।
The post ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଭାରତ-ପାକ୍ କର୍ତ୍ତାରପୁର କରିଡର appeared first on Odisha Reporter.
from Odisha Reporter https://ift.tt/3kIrR7Y
No comments:
Post a Comment