ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍‌, ଯାତାୟତ ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍‌, ଯାତାୟତ ଠପ୍‌

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍। ଗଞ୍ଜାମ ସୋରଡ଼ା ତାକରଡ଼ା ଗାଁରେ ଥିବା ପୋଲ୍ ଭୁଶୁଡ଼ି ପଡ଼ିଛି। ଫଳରେ ତାକରଡ଼ା-ବଡ଼ଗଡ଼ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଲଗାତର ତିନି ଦିନ ଧରି ବହ୍ୟା ଜଗତରୁ ବିଚ୍ଛିନ୍ନ ରହିଛନ୍ତି ଏହି ଅଞ୍ଚଳର ଲୋକେ।  ଏପରି ବିଚ୍ଛିନ୍ନ ହେବା ପରେ ବି ଲୋକଙ୍କ କଥା କେହି ବୁଝୁ ନାହାନ୍ତି।

ସ୍ଥାନୀୟ ବ୍ଲକ ପ୍ରଶାସନକୁ ବାରମ୍ବାର ଏଥିପ୍ରତି ଜଣାଇବା ପରେ ବି କେହି ପହଞ୍ଚି ନଥିବା ଲୋକେ ଅଭିଯୋଗ ଆଣିଛନ୍ତି। ଏହି ରାସ୍ତା ଉପରେ ୨ ହଜାରରୁ ଅଧିକ ଲୋକେ ନିର୍ଭର କରନ୍ତି। ସୋରଡ଼ା ବ୍ଲକକୁ ଯିବାକୁ ଏହା ଏକମାତ୍ର ମୁଖ୍ୟ ରାସ୍ତା। ହସ୍ପିଟାଲ ଓ ଅନ୍ୟ ଆନୁସଙ୍ଗିକ କାମ ପାଇଁ ଲୋକେ ଏହାରି ଉପରେ ନିର୍ଭର କରନ୍ତି। କିନ୍ତୁ ବ୍ରିଜ୍‌ଟି ଭୁଶୁଡିପଡିବା ଯୋଗୁଁ ଏବେ ନଦୀ ପାର୍‌ ହୋଇ ଯିବାକୁ ପଡୁଥିବା ଲୋକେ କହିଛନ୍ତି।

ଗାଁର ଅନ୍ୟପଟେ ଯେଉଁ ରାସ୍ତାଟି ରହିଛି ତାହା ଖାଲଖମା ପାଣି କାଦୁଅରେ ଭର୍ତ୍ତି ହୋଇରହିଛି। ଏହି ରାସ୍ତା ଦେଇ ଗାଡ଼ିରେ ଯିବା ତ ଦୂରର କଥା ଚାଲି ଚାଲି ଯିବା ମଧ୍ୟ ସମ୍ଭବ ନୁହେଁ। ଦୀର୍ଘ ବର୍ଷ ହେଲା ରାସ୍ତା ଓ ପୋଲ ନିର୍ମାଣ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗହୋଇଛି।

The post ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍‌, ଯାତାୟତ ଠପ୍‌ appeared first on Odisha Reporter.



from Odisha Reporter https://ift.tt/3FjuNQn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages