ଅସହ୍ୟ ହେଲା କଙ୍ଗାରୁ କୋର୍ଟରେ ସଜ୍ଜା, ଜୀବନ ହାରିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ଅସହ୍ୟ ହେଲା କଙ୍ଗାରୁ କୋର୍ଟରେ ସଜ୍ଜା, ଜୀବନ ହାରିଲେ ଯୁବକ

ନୟାଗଡ଼ (ଓଡ଼ିଶା ରିପୋର୍ଟର): କଙ୍ଗାରୁ କୋର୍ଟରେ ପାଇଥିବା ଅପମାନ ସହି ନ ପାରି ଆତ୍ମହତ୍ୟା କଲେ ଯୁବକ। ଏଭଳି ସଙ୍ଗୀନ ଅଭିଯୋଗ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଖତିଆ ଗାଁରୁ। ଏନେଇ ତାଙ୍କ ପତ୍ନୀ ରଣପୁର ଥାନାରେ ଅଭିଯୋଗ କରିଛନ୍ତି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁନନ୍ଦ ବେହେରା।

ଅଭିଯୋଗ ଅନୁସାରେ, ସୋମବାର ଦିନ ସୁନନ୍ଦ ଗାଁର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେI ସେଠାରେ ଡାକ୍ତର ନଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିଥିଲେ। ମଙ୍ଗଳବାର ଦିନ ଡାକ୍ତର ମେଡିକାଲ ଆସି ସୁନନ୍ଦ ପାଟିତୁଣ୍ଡ କରିଥିବା ଖବର ପାଇଥିଲେ। ଏନେଇ  ଗାଁର ସଭାପତିଙ୍କୁ ଜଣାଇଥିଲେ ଓ ସମସ୍ୟାର ସମାଧାନ କରିବାକୁ କହିଥିଲୋ ଡାକ୍ତରଙ୍କ ଅଭିଯୋଗ ପାଇବା ପରେ ସେହିଦିନ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା।

ସୁନନ୍ଦଙ୍କୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା ଓ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ ମାଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସୁନନ୍ଦ କୋର୍ଟର ନିର୍ଦ୍ଦେଶ ଅନୁସାରେ ୮ହଜାର ୫୦୦ଟଙ୍କା ଜୋରିମାନା ଦେଇଥିଲେ ଓ ସର୍ବ ସମ୍ମୁଖରେ ଡାକ୍ତରଙ୍କ ପାଦ ଧରି ଭୁଲ ମାଗିଥିଲୋ  ବୁଧବାର ଦିନ ସୁନନ୍ଦ ଆତ୍ମହତ୍ୟା କରିଥିଲେ। ଅପମାନ ସହି ନ ପାରି ସୁନନ୍ଦ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଆଜି ଥାନାରେ ଅଭିଯୋଗ କରିଛନ୍ତି। ଘଟଣାପରେ ଗାଁ ସଭାପତି ଓ କିଛି ଲୋକ ଫେରାର ହୋଇଯାଇଥିବା ଜଣାଯାଇଛି।

ସୁନନ୍ଦ ପତ୍ନୀ କହିଛନ୍ତି, ମୋ ସ୍ୱାମୀ ଅପମାନ ସହି ନପାରି ଆତ୍ମହତ୍ୟା କରିଛନ୍ତି। ମୋତେ  ନ୍ୟାୟ ଦରକାର।

 

The post ଅସହ୍ୟ ହେଲା କଙ୍ଗାରୁ କୋର୍ଟରେ ସଜ୍ଜା, ଜୀବନ ହାରିଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3ksjA8a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages