ନୂଆଦିଲ୍ଲୀ: ଏବେ ମହାମାରୀ କରୋନାକୁ ମାତ ଦେବ କ୍ୟାପସୁଲ। ଖୁବଶୀଘ୍ର ଭାରତରେ କରୋନା ଭାଇରସ ସହ ଲଢ଼ିବା ପାଇଁ ଆଣ୍ଟି ଭାଇରାଲ କ୍ୟାପସୁଲର ବ୍ୟବହାର ହେବ। ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା COVID-19 ରୋଗୀଙ୍କ ଚିକିତ୍ସା ପାଇଁ ମାର୍କର ଆଣ୍ଟିଭାଇରାଲ୍ ବଟିକା ‘ମୋଲନୁପିରାଭିର’ କିଛି ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇପାରେ। ଏନେଇ କୋଭିଡ ଷ୍ଟ୍ରାଟେଜି ଗ୍ରୁପର ସଭାପତି ଡକ୍ଟର ରାମ ବିଶ୍ୱକର୍ମା ସୂଚନା ଦେଇଛନ୍ତି।
‘ଫାଇଜର’ର ଅନ୍ୟ ଏକ ବଟିକା ‘PaxLovid’ ଆସିବା ପାଇଁ ଆହୁରି କିଛି ସମୟ ଲାଗିପାରେ। ତେଣୁ ତା’ ପୂର୍ବରୁ ଏହି ସ୍ୱଦେଶୀ କୋଭିଡ କ୍ୟାପସୁଲ କରୋନା ଚିକିତ୍ସାରେ ସହାୟକ ହେବ ବୋଲି ଡାକ୍ତର ବିଶ୍ୱକର୍ମା କହିଛନ୍ତି।
ଏହି ଦୁଇଟି ବଟିକା ଏକ ବଡ ପରିବର୍ତ୍ତନ ଆଣିବ ବୋଲି ସେ ଦାବି କରିଛନ୍ତି। ଆମେ ମହାମାରୀକୁ ଶେଷ କରିବା ଦିଗରେ ଆଗକୁ ବଢ଼ୁଛେ। ତେବେ ଟୀକାକରଣ ଅପେକ୍ଷା ଏହି ବଟିକା ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ମୁଁ ଭାବୁଛି ‘ମୋଲନୁପିରାଭିର’ ଆମ ପାଇଁ ପ୍ରଥମରୁ ହିଁ ଉପଲବ୍ଧ। ପାଞ୍ଚଟି କମ୍ପାନୀ ଔଷଧ ନିର୍ମାତାଙ୍କ ସହ କାମ କରୁଛନ୍ତି। ତେଣୁ ଖୁବ ଶୀଘ୍ର ଏହି ବଟିକା ବ୍ୟବହାର ପାଇଁ ଗ୍ରୀନ ସିଗ୍ନାଲ ମିଳିପାରେ। ଏହି ବଟିକାର ପ୍ରାରମ୍ଭିକ ଦାମ୍ ଭାରତର ବଜାରରେ ୨୦୦୦ ରୁ ୩୦୦୦ କିମ୍ବା ସମଗ୍ର ଚିକିତ୍ସା ପାଇଁ ୪୦୦୦ଟଙ୍କା ହୋଇପାରେ। ତେବେ ପରେ ଏହି ମୂଲ୍ୟ ୫୦୦ରୁ ୬୦୦ କିମ୍ବା ୧୦୦୦ ଟଙ୍କାକୁ ଖସି ଆସିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ବ୍ରିଟେନରେ ଏହାର ବ୍ୟବହାର ଅନୁମତି ପାଇବା ପରେ SEC ଏହାର ତଦାରଖ କରୁଛି। ଏପରି ପରିସ୍ଥିତିରେ ମର୍କର କରୋନା ବଟିକାକୁ ଅନୁମତି ପ୍ରଦାନ ନିଷ୍ପତ୍ତି ଆସନ୍ତା ଏକ ମାସ ମଧ୍ୟରେ ନିଆଯାଇପାରେ ବୋଲି କହିବା ଭୁଲ ହେବ ନାହିଁ।
ସୂଚନା ଯୋଗ୍ୟ ଯେ, ଫାଇଜର ଏକ ବିବୃତ୍ତି ଜାରି କରି କହିଥିଲା ଯେ, କ୍ଲିନିକାଲ ଟ୍ରାଏଲ ଅନୁଯାୟୀ ସେମାନଙ୍କ ‘ପାକ୍ସଲୋଭିଡ’ ବଟିକା ଡାକ୍ତରଖାନାରେ ଭର୍ତ୍ତି ହେବା କିମ୍ବା ଅସୁରକ୍ଷିତ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ୮୯% ହ୍ରାସ କରିଥାଏ।
The post ଆସୁଛି କରୋନା କ୍ୟାପସୁଲ୍ appeared first on Odisha Reporter.
from Odisha Reporter https://ift.tt/3D5N5DT
No comments:
Post a Comment