ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା: ୯ ମୃତ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା: ୯ ମୃତ  

ଗୌହାଟି: ଆସାମର କରିମଗଞ୍ଜ ଜିଲ୍ଲାର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ରିକ୍ସା ସହ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି। ମୃତକମାନେ ହେଲେ ଦୁଜା ବାଇ ପାନିକା, ସାଲୁ ବାଇ ପାନିକା, ଗାରୁଭ ଦାସ ପାନିକା, ଶମ୍ଭୁ ଦାସ ପାନିକା, ଲାଲନ୍ ଗୁସ୍ୱାମୀ।, ପୂଜା ଗୋର, ଦେବ ଗୋର, ସାନୁ ରି, ମଙ୍ଗଲା କର୍ମାକର ଏବଂ ଟୁପୁ କରମାକର।

ଆସାମ-ତ୍ରିପୁରା ସୀମାରେ କରିମଗଞ୍ଜ ଜିଲ୍ଲା ବୈଥାଖାଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ ମୃତକମାନେ ଛଟ ପୂଜା ସାରି ଆଜି ସକାଳେ ଏକ ଅଟୋରେ ଫେରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ସହ ମୁହାମୁହିଁ ଧକ୍କା ହୋଇଥିଲା।

କରିମଗଞ୍ଜ ଜିଲ୍ଲାର ଜଣେ ପୁଲିସ  ଅଧିକାରୀ କହିଛନ୍ତି ଯେ, ୮ ନମ୍ପର ଜାରତୀୟ ରାଜପଥର ବୈଥାଖାଲ ନିକଟରେ ଏହି ଦୁର୍ଘଟଣା ଘଟିଛି।

The post ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା: ୯ ମୃତ   appeared first on Odisha Reporter.



from Odisha Reporter https://ift.tt/3C6GDLV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages