ଆଫଗାନିସ୍ତାନକୁ ଖାଦ୍ୟ ପଠାଇବ ଭାରତ, ପାକିସ୍ତାନକୁ କହିଲା ବାଟ ଛାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ଆଫଗାନିସ୍ତାନକୁ ଖାଦ୍ୟ ପଠାଇବ ଭାରତ, ପାକିସ୍ତାନକୁ କହିଲା ବାଟ ଛାଡ଼

ନୂଆଦିଲ୍ଲୀ: ତାଲିବାନୀଙ୍କ ଅକ୍ତିଆର ପରେ ଆଫଗାନିସ୍ତାନବାସୀ ଘୋର ଖାଦ୍ୟ ସଙ୍କଟରେ ସମ୍ମୁଖୀନ ହୋଛନ୍ତି। ଘମାଘୋଟ୍‌ ଯୁଦ୍ଧର ବିଭୀଷିକା ପରିସ୍ଥିତି ଯୋଗୁ ଆଫଗାନିସ୍ତାନରେ ଖାଦ୍ୟ ଶଷ୍ୟର ଘୋର ଅଭାବ ଦେଖାଦେଇଛି। ଫଳରେ ସେଠାରେ ଲୋକେ ଖାଦ୍ୟ ପାଇଁ ବିକଳ ହେଉଥିବା ବେଳେ ସହାୟତା ପାଇଁ ଅଣ୍ଟା ଭିଡ଼ିଛି ଭାରତ। ମାନବିକତା ଦେଖାଇ ଭାରତ ପକ୍ଷରୁ ଆଫଗାନିସ୍ତାନକୁ ଖାଦ୍ୟ ଶଷ୍ୟ ପଠାଇବା ପାଇଁ ଯୋଜନା ଆରମ୍ଭ ହୋଇଛି।

ତେବେ ଟ୍ରକ୍‌ ଯୋଗେ ପରିବହନ ହେବାକୁ ଥିବା ଖାଦ୍ୟ ଶଷ୍ୟ ପାକିସ୍ତାନ ରୁଟ୍‌ ଦେଇ ଯିବାକୁ ଥିବାରୁ ଏଥିପାଇଁ ବାଟ ଛାଡ଼ିବାକୁ ଅନୁମତି ମଗାଯାଇଛି। ତେବେ ଭାରତର ଅନୁରୋଧକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିନାହିଁ।  ପାକିସ୍ତାନ ପକ୍ଷରୁ ଗ୍ରୀନ୍‌ସିଗନାଲ ଆସିବା ପରେ ଖାଦ୍ୟ ପଠାଇବା ନେଇ ଭାରତ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ। ଶୀତର ପ୍ରବେଶ ଏବଂ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଥିବା ଆଫଗାନିସ୍ତାନ ଲୋକଙ୍କ ପାଇଁ  ଖାଦ୍ୟ ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟ ସମୟରେ ଚୀନ ଏବଂ ତୁର୍କୀ ପକ୍ଷରୁ ମଧ୍ୟ ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଯାଇଛି। ଭାରତ ପକ୍ଷରୁ ୫୦,୦୦୦ ଟନ୍‌ ଗହମ ପଠାଇବାକୁ ଯୋଜନା  ରଖାଯାଇଛି ।

ଟ୍ରକ୍‌ରେ ଯିବାକୁ ଥିବା ଏହି ମାଲ ପାକିସ୍ତାନ ପଥ ଦେଇ ଯିବାକୁ ଥିବାରୁ ଏଥିପାଇଁ ରାସ୍ତା ଦେବାକୁ ଅନୁମତି ମଗାଯାଇଛି।  ତେବେ ଅନ୍ୟ ଦେଶକୁ ବିପଦବେଳେ ସାହାଯ୍ୟ କରିବା ଭାରତ ପାଇଁ ଏହା ପ୍ରଥମଥର ନୁହେଁ। ପୂର୍ବରୁ ଅନେକଥର ଭାରତ ଅନ୍ୟ ଦେଶକୁ ସାହାଜ୍ୟ କରିଥିବା ନଜିରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନକୁ 50,000 ମେଟ୍ରିକ୍ ଟନ୍ ଗହମ ପରିବହନ ପାଇଁ  ପାକିସ୍ତାନ ଦେଇ 5000 ଟ୍ରକ୍ ପଠାଇବାକୁ ପଡିବ। ଇସଲାମାବାଦକୁ ଏହି ପ୍ରସ୍ତାବ ଦିଆଯାଇଛି।

ପାକିସ୍ତାନ ପାଇଁ ଏହା ଲଜିଷ୍ଟିକ୍ସ ସମସ୍ୟା ହୋଇଥିବା ବେଳେ ଯଦି ପାକିସ୍ତାନ ଅନୁମତି ନଦିଏ ତେବେ ଭାରତକୁ ଦୋହରା କାମ କରିବାକୁ ପଡ଼ିବ। ୱାଘାଅଟ୍ଟାରୀ ସୀମାରେ ଥିବା ଜିରୋ ପଏଣ୍ଟରେ ପୁଣିଥରେ ଗହମକୁ ଅନଲୋଡ୍ କରି ପୁନର୍ବାର ପାକିସ୍ତାନୀ ଟ୍ରକରେ ଲୋଡ୍ କରିବାକୁ ପଡିବ। ଯାହା ଏକ ଜଟିଳ ପ୍ରକ୍ରିୟା ବୋଲି କୁହାଯାଉଛି।

The post ଆଫଗାନିସ୍ତାନକୁ ଖାଦ୍ୟ ପଠାଇବ ଭାରତ, ପାକିସ୍ତାନକୁ କହିଲା ବାଟ ଛାଡ଼ appeared first on Odisha Reporter.



from Odisha Reporter https://ift.tt/2ZX2ZlL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages