ଟି-ଟ୍ୱେଣ୍ଟି ଅଧିନାୟକ ଦାୟିତ୍ୱ ଶେଷ, ଧୋନିଙ୍କ ପଛରେ ରହିଲେ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

ଟି-ଟ୍ୱେଣ୍ଟି ଅଧିନାୟକ ଦାୟିତ୍ୱ ଶେଷ, ଧୋନିଙ୍କ ପଛରେ ରହିଲେ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟି-ଟ୍ୱେଣ୍ଟି ଅଧିନାୟକ ଭାବେ ସୋମବାର ନିଜର ଶେଷ ମ୍ୟାଚ୍ ଖେଳିଛନ୍ତି ବିରାଟ କୋହଲି। ଏହା ସହିତ ଏହି ଫର୍ମାଟ୍‌ରେ ସେ ଭାରତର ଦ୍ୱିତୀୟ ସଫଳ ଅଧିନାୟକ ଭାବେ ଦାୟିତ୍ୱ ଶେଷ କରିଛନ୍ତି। ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ଭାରତର ସବୁଠୁ ଅଧିକ ସଫଳତା ପାଇଥିବା ଅଧିନାୟକ।

ବିରାଟ କୋହଲି ଟି-ଟେଣ୍ଟିରେ ୫୦ଟି ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ। ଏଥିରୁ ଦଳ ୩୦ଟିରେ ବିଜୟୀ ହୋଇଥିବା ବେଳେ ୧୬ଟିରେ ହାରିଥିଲା। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ୭୨ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୪୨ଟିରେ ବିଜୟୀ ହୋଇଛି। ଚଳିତ ମାସ ୧ ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନି ଓ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଆଫଗାନ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ସଫଳତମ ଅଧିନାୟକ ଥିଲେ। ତେବେ ସେହିଦିନ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟୀ ହେବା ପରେ ଏହି ରେକର୍ଡ ହାତେଇଥିଲେ ଇଆନ୍ ମୋର୍ଗାନ୍‌।

ଅଧିନାୟକ ଭାବେ ଟି-ଟ୍ୱେଣ୍ଟିରେ ରନ୍‌ ସଂଗ୍ରହ କରିବାରେ କୋହଲି ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଅଧିନାୟକ ଭାବେ ଏହି ଫର୍ମାଟ୍‌ରେ ୪୭ଟି ଇନିଂସ୍‌ରୁ ୪୭.୫୭ ହାରରେ ୧୫୭୦ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୧୩ଟି ଅର୍ଦ୍ଧଶତକ ରହିଛନ୍ତି।

ଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପୂର୍ବରୁ ଟିମ୍ ଇଣ୍ଡିଆ ସେମି ଫାଇନାଲ୍‌ରୁ ବାଦ୍ ପଡ଼ି ସାରିଥିବା ବେଳେ ଗତକାଲି ତା’ର ଶେଷ ଲିଗ୍ ମ୍ୟାଚ୍ ନାମିବିଆ ବିପକ୍ଷରେ ଖେଳିଥିଲା। ଏଥିରେ ଭାରତ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା। ନାମିବିଆ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୨ ରନ୍ କରିଥିବା ବେଳେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ଦଳ ୧୫.୨ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ଯାଇଥିଲା।

The post ଟି-ଟ୍ୱେଣ୍ଟି ଅଧିନାୟକ ଦାୟିତ୍ୱ ଶେଷ, ଧୋନିଙ୍କ ପଛରେ ରହିଲେ କୋହଲି appeared first on Odisha Reporter.



from Odisha Reporter https://ift.tt/3EZgeBy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages