କୂଅ ଚାନ୍ଦିନୀରେ ବସିଥିଲେ ୨ ଭାଇ, ହଠାତ୍‌ ଗଳି ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

କୂଅ ଚାନ୍ଦିନୀରେ ବସିଥିଲେ ୨ ଭାଇ, ହଠାତ୍‌ ଗଳି ପଡ଼ିଲେ

ସମ୍ବଲପୁର(ସଞ୍ଜୟ ଜେନା): କୁଅ ଭିତରେ ଖସି ପଡି ଅକାଳରେ ଚାଲିଗଲେ ୨ ଦ୍ଭାଇ ।  ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତକ ୨ ଭାଇ ହେଲେ  ସୁନିଲ ତ୍ରିପାଠୀ ଓ ସୁଶିଲ ତ୍ରିପାଠୀ ।  ଏହି ଛାତି ଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଉଭୟ ସୁନିଲ  ଓ ସୁଶିଲଙ୍କ ଘର ସାହୁ କଲୋନୀରେ । ଗତ କାଲି ବିଳମ୍ବିତ ରାତିରେ ୨ ଭାଇ କୂଅର ଚାନ୍ଦିନୀ ଉପରେ ବସି ଗପସପ ହେଉଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲେ।  ରାତି  ପ୍ରାୟ ୧ ଟା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଉଭୟଙ୍କୁ  କୁଅ ଭିତରୁ  ବାହାର  କରି ସଦର  ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

The post କୂଅ ଚାନ୍ଦିନୀରେ ବସିଥିଲେ ୨ ଭାଇ, ହଠାତ୍‌ ଗଳି ପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/3o8FCOl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages