ଏକତା, କରଣ ଓ କଙ୍ଗନା ପାଇବେ ପଦ୍ମଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ଏକତା, କରଣ ଓ କଙ୍ଗନା ପାଇବେ ପଦ୍ମଶ୍ରୀ

ମୁମ୍ବାଇ: ଜାତୀୟ ଫିଲ୍ମ ପୁରସ୍କାର ପରେ ଏବେ ପଦ୍ମଶ୍ରୀ ପୁରସ୍କାର ପାଇବେ ବଲିଉଡର କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ସହ ପ୍ରସିଦ୍ଧ ପିଲ୍ମ ନିର୍ମାତା ଏକତା କପୁର ଓ କରଣ ଜୋହରଙ୍କୁ ମଧ୍ୟ ଏହି ସମ୍ମାନଜକ ପୁରସ୍କାରରେ ସମ୍ମାନୀତ କରାଯିବ। ନିଜ ନିଜ ଫିଲ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏମାନଙ୍କୁ ପୁରସ୍କୃତ କରାଯିବ।

ଗତ ବର୍ଷ ଏକତା, କରଣ ଓ କଙ୍ଗନାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଥିଲା। ଏବେ ଆସନ୍ତା ନଭେମ୍ବର ୮ ତାରିଖରେ ନୂଆଦିଲ୍ଲୀରେ ଏହି ତିନି ଜଣକଙ୍କୁ ଏହି ପୁରସ୍କାର ଦିଆଯିବ।

ମିଡିଆ ରିପୋର୍ଟ ମୁତାବକ, ଏହା ଏକ ସରକାରୀ ସମାରୋହ। ଏଥିରେ ଭାଗ ନେବା ପାଇଁ ସମସ୍ତ ବିଜେତାଙ୍କୁ ପୂର୍ବରୁ ନିମନ୍ତ୍ରଣ ପଠାଇ ଦିଆଯାଇଛି। ସମସ୍ତ ସେଲେବ୍ରିଟି ଏଠାକୁ ଆସିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି। ଖୁବ୍ ଶୀଘ୍ର କରଣ ଜୋହର, ଏକତା କପୁର ଏବଂ କଙ୍ଗନା ରାଣାୱତ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଯିବେ।

ଏଥି ସହିତ ଏକତା କପୁରଙ୍କୁ ତାଙ୍କ ପିତା ଜିତେନ୍ଦ୍ରଙ୍କ ସହ ଏହି ସମାରୋହରେ ଦେଖିବାକୁ ମିଳିବ। ଏକତା ଚାହୁଁଛନ୍ତି ଯେ ତାଙ୍କ ପିତା ଆଇକନିକ୍ ମୁହୂର୍ତ୍ତକୁ ଲାଇଭ୍ ଦେଖନ୍ତୁ। ଏଥିପାଇଁ ସମସ୍ତ ଆବଶ୍ୟକୀୟ ଔପଚାରିକତା ସରଛି।

ପଦ୍ମଶ୍ରୀ ମିଳିବା ନେଇ କଙ୍ଗନାଙ୍କ ନାଁ ଘୋଷଣା ହେବା ପରେ ସେ କହିଥିଲେ, ‘ମଁ ବେଶ୍‌ ବନମ୍ର ଏବଂ ଅଧିକ ସମ୍ମାନୀତ ଅନୁଭବ କରୁଛି। ଏହି ସମ୍ମାନ ପାଇଁ ନିଜ ଦେଶକୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ଏଥିସହ ମୋ ପୁରସ୍କାରକୁ ସେହି ପ୍ରତିଟି ମହିଳାଙ୍କୁ ସମର୍ପିତ କରିବାକୁ ଚାହୁଁଛି, ଯେଉଁମାନେ ସ୍ୱପ୍ନ ଦେଖିବା ପାଇଁ ସାହତ ରଖନ୍ତି।’

The post ଏକତା, କରଣ ଓ କଙ୍ଗନା ପାଇବେ ପଦ୍ମଶ୍ରୀ appeared first on Odisha Reporter.



from Odisha Reporter https://ift.tt/3wb2D6J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages