ପଦ୍ମପୁର(ଓଡ଼ିଶା ରିପୋର୍ଟର): ବରଗଡ଼ ପଦ୍ମପୁର ଡୁବଲାବାହାଲ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଇଟାଗଦାରେ ପିକ୍ଅପ୍ ଗାଡ଼ି ପିଟି ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପିକ୍ଅପ୍ ଗାଡ଼ିର ଡ୍ରାଇଭର ଓ ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଗାଡ଼ଟି କାଠପଟା ନେଇ ସୋହଲାରୁ ପଦ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇବା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଦ୍ୱୟଙ୍କ ପରିଚୟ ମିଳିପାରିନାହିଁ । ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।
The post ଇଟାଗଦାରେ ପିଟି ହୋଇଗଲା ପିକ୍ଅପ୍ ଭ୍ୟାନ୍, ତା’ ପରେ… appeared first on Odisha Reporter.
from Odisha Reporter https://ift.tt/3HmvkTC
No comments:
Post a Comment