ଭୋପାଲ: ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସକ୍ଷମ ହେବ ଗାଈ ଗୋବର ଏବଂ ମୂତ୍ର। କିଛି ଏଭଳି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ତାଙ୍କ ମତରେ ଗାଈ, ଏବଂ ତା’ର ଗୋବର ଏବଂ ମୂତ୍ର ଦେଶର ଅର୍ଥନୀତି ବିକାଶ ପାଇଁ ସହାୟକ ହେବ।
ନିକଟରେ ଭୋପାଲ ଇଣ୍ଡିଆନ୍ ଭେଟନାରୀ ଆସୋସିଏସନ୍ର ମହିଳା ଶାଖାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କିଛି ଏଭଳି କହିଛନ୍ତି। ସେ କହିଛନ୍ତି, ଗାଈ, ବଳଦ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ। ସରକାର ଅଭ୍ୟାରଣ୍ୟ ଓ ଗୋଶାଳା ତିଆରି କରିଛନ୍ତି। କିନ୍ତୁ ଯେତେ ପର୍ଯ୍ୟନ୍ତ ଲୋକମାନେ ଏହା ସହିତ ଜଡ଼ିତ ହେବେ ନାହିଁ ସେତେ ଯାଏଁ ଗୋଶାଳାରୁ କାମ ଚାଲିବ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଗାଈ ଗୋବର ଏବଂ ମୂତ୍ର ଦ୍ୱାରା ଆମେ ଚାହିଁଲେ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିପାରିବା। ଏଥିପାଇଁ ଏକ ସିଷ୍ଟମର ଆବଶ୍ୟକତା ରହିଛି। ମଧ୍ୟପ୍ରଦେଶରେ ଆମେ ଏକ ନୂଆ ସିଷ୍ଟମ ଜାଗ୍ରତ କରିବାକୁ ଚେଷ୍ଟା କରୁଛୁ। ବର୍ତ୍ତମାନ ଗାଈ ଗୋବରରୁ ସାର ଏବଂ କୀଟନାଶକ ପ୍ରସ୍ତୁତ କରାଯାଉଛି। ଗାଈ ଗୋବର ଏବଂ ଗୋମୂତ୍ର ସହିତ ଅର୍ଥନୀତିକୁ ମଜବୁତ କରାଯାଇପାରିବ। ଏହା ଦେଶକୁ ଆର୍ଥିକ ରୂପେ ଏହା ସକ୍ଷମ କରିପାରିବ। ଆମେ ଚେଷ୍ଟା କରୁଛୁ ଯେ ମଧ୍ୟପ୍ରଦେଶର ଶବଦାହ ସ୍ଥଳରେ କାଠ ଜଳିବ ନାହିଁ ବୋଲି ସେ କହିଛନ୍ତି।
ଗତବର୍ଷ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ, ଗାଈର କ୍ଷୀର, ଗୋବର ଏବଂ ଗୋ ମୂତ୍ର ବ୍ୟବହାର କରିବା ସୁସ୍ଥ ସମାଜ ପାଇଁ ଜରୁରୀ।
#WATCH | Cows, their dung and urine can help strengthen the economy of the state and the country if a proper system is put in place," says Madhya Pradesh CM Shivraj Singh Chouhan while addressing a convention of the women’s wing of Indian Veterinary Association in Bhopal pic.twitter.com/Mf2yvmYsf0
— ANI (@ANI) November 13, 2021
The post ‘ଦେଶର ଅର୍ଥନୀତିକୁ ମଜଭୁତ କରିବ ଗୋବର ଓ ଗୋ’ମୂତ୍ର’ appeared first on Odisha Reporter.
from Odisha Reporter https://ift.tt/3wNGN9J
No comments:
Post a Comment