ଆଠଗଡ଼(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚୁକ ବ୍ରତ। ତେବେ କରୋନା କଟକଣା ପାଇଁ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହଳି ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତେବେ ଭକ୍ତଙ୍କ ପାଇଁ କଟକଣା ଲାଗିଥିବା ବେଳେ ବାବାଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ ଚାଲିଛି। ଭୋର ୪ଟାରୁ ପହଡ ଖୋଲାଯାଇ ବାବାଙ୍କର ୧୦୮ କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳଳି କରାଯାଇଥିଲା। ପରେ ବିନା ଭକ୍ତରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ସୁରକ୍ଷା ଦୃଷ୍ଟିରୁ ମନ୍ଦିରର ପ୍ରବେଶ ପଥ ଝୁଲାପୋଲ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଆଜି ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି ଭକ୍ତ। ଆଜି ବଡ ଏକାଦଶୀ ଥିବାବେଳେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ହେବ। ତେବେ ପ୍ରବଳ ଭିଡ଼ ଆଶଙ୍କାରେ ଆଜି ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ ରଖିଛି ଶୀମନ୍ଦିର ପ୍ରଶାସନ। ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ହବିଷ୍ୟାଳି। ତେବେ କାର୍ତ୍ତିକ ମାସରେ ପୁରୀକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିବାର ସମ୍ଭାବନା ଥିବାରୁ କରୋନା କଟକଣା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରିଛି ପୁଲିସ ପ୍ରଶାସନ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୩ ଜଣ ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି, ୩୦ ଇନସପେକ୍ଟର ଓ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଟ୍ରାଫିକ୍ ବ୍ୟବସ୍ଥାକୁ ୨ ଭାଗରେ ବିଭକ୍ତ କରାଯାଇଥିବା ବେଳେ, ବଡ଼ଦାଣ୍ଡ ମରିଚିକୋଟ ଛକରୁ ବ୍ୟାରିକେଡ୍ ଦେଇ ଭକ୍ତ ପ୍ରବେଶ କରିବେ।
The post ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3cds3aI
No comments:
Post a Comment