ସମୀର ଆଉଟ, ଓଡ଼ିଶା କ୍ୟାଡର ଆଇପିଏସ କରିବେ ଆର୍ଯ୍ୟନଙ୍କ ତଦନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ସମୀର ଆଉଟ, ଓଡ଼ିଶା କ୍ୟାଡର ଆଇପିଏସ କରିବେ ଆର୍ଯ୍ୟନଙ୍କ ତଦନ୍ତ

ନୂଆଦିଲ୍ଲୀ: ଶେଷରେ ମେଗାଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ ଦାୟିତ୍ୱରୁ ହଟିଛନ୍ତି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ଆର୍ଯ୍ୟନଙ୍କ ସହ ମୋଟ ୬ଟି ମାମଲାର ତଦନ୍ତ ଦାୟିତ୍ୱ ଏବେ ଏନସିବିର ଏସ୍‌ଆଇଟି କରିବ। ଏହି ଏସ୍‌ଆଇଟିର ମୁଖ୍ୟ ହେଉଛନ୍ତି ଆଇପିଏସ୍‌ ସଞ୍ଜୟ ସିଂହ। ସୀମର ୱାଙ୍ଖଡେଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ ଆସିବାରୁ ତାଙ୍କୁ ଆର୍ଯ୍ୟନ ଖାନଙ୍କ ମାମଲାରୁ ହଟାଇ ଦିଆଯାଇଛି। ଏଥିସହ ତାଙ୍କର ବଦଳି ମୁମ୍ବାଇ ଏନସିବିରୁ ଦିଲ୍ଲୀ ମୁଖ୍ୟାଳୟକୁ ମଧ୍ୟ ହୋଇଛି।

ତେବେ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଦାୟିତ୍ୱ ପାଇଥିବା ସଞ୍ଜୟ କୁମାର ସିଂହ ହେଲେ ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌। ସେ ଏବେ ଡେପୁଟି ନିର୍ଦ୍ଦେଶକ ପାହ୍ୟାର ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଏନସିବି ଗଠନ କରିଥିବା ଏସଆଇଟିର ନେତୃତ୍ୱ ସଞ୍ଜୟ ହିଁ ନେବେ।

ସଞ୍ଜୟ କୁମାର ସିଂହ ଓଡ଼ିଶା ପୁଲିସ୍‌ ଓ ସିବିଆଇରେ ଅନେକ ଦିନ ଧରି ବିଭିନ୍ନ ପଦପଦବୀରେ କାମ କରିଛନ୍ତି। ଏନସିବିରେ ସାମିଲ ହେବା ପୂର୍ବରୁ ସେ ଓଡ଼ିଶା ପୁଲିସ୍‌ର ଡ୍ରଗ ଟ୍ୟାକ୍ସ ଫୋର୍ସ(ଡିଟିଏଫ୍‌)ର ନେତୃତ୍ୱ ନେଉଥିଲେ। ଡିଟିଏଫରେ କାମ କରିବା ବେଳେ ଶ୍ରୀ ସିଂହ ଏକାଧିକ ଡ୍ରଗ ବିରୋଧୀ ଅପରେସନ ସୂଚାର ରୂପେ ତୁଲାଇ ଥିଲେ। ଏଥିସହ ଭୁବନେଶ୍ୱରରେ ଏକାଧିକ ଡ୍ରଗ କାରବାର କରୁଥିବା ରାକେଟର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଥିଲେ।

୨୦୦୮ରୁ ୨୦୧୫ ଯାଏ ଶ୍ରୀ ସିଂହ ସିବିଆଇର ଡିଆଇଜି ଭାବେ କାମ କରିଥିଲେ। ଏହି ସମୟରେ ସେ ଏକାଧିକ ହାଇ ପ୍ରୋଫାଇଲ ମାମଲାର ତଦନ୍ତ ବି କରିଥିଲେ। ଏହାବାଦ ଓଡ଼ିଶା ପୁଲିସ୍‌ରେ ଶ୍ରୀ ସିଂହ ଆଇଜି ଭାବେ କାର୍ଯ୍ୟ କରିଛନ୍ତି। ଟ୍ୱିନ ସିଟିରେ ସେ ଅତିରିକ୍ତ ପୁଲିସ୍ କମିଶନର ଭାବେ ଦାୟିତ୍ୱ ସଂପାଦନ କରିଥିଲେ।

୨୦୨୧ ମସିହା ଜାନୁଆରୀ ମାସରେ ସେ କେନ୍ଦ୍ରୀୟ ଏଜେନ୍ସିକୁ ଡେପୁଟେସନରେ ଯାଇଥିଲେ ଓ ଏନସିବିରେ ଡେପୁଟି ମହାନିର୍ଦ୍ଦେଶକ(ଡିଡିସି) ଭାବେ ଯୋଗଦେଇଥିଲେ। ତାଙ୍କ ନାଁରେ କୌଣସି ପ୍ରକାରର ଅପରାଧିକ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଯାଏ ଅଭିଯୋଗ ଆସିନି। କୌଣସି ପ୍ରକାରର ଦୁର୍ନୀତିରେ ସେ ସାମିଲ ଥିବା କେବେ ହେଲେ କେହି ଅଭିଯୋଗ କରିନାହାନ୍ତି। ସେ ଜଣେ ସ୍ୱଚ୍ଛ ଓ ନିରପେକ୍ଷ ଅଧିକାରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସମୀର ୱାଙ୍ଖଡେ ହିଁ ଆର୍ଯ୍ୟନଙ୍କୁ ଗିରଫ କରିଥିଲେ। ତେବେ ତାଙ୍କ ନାଁରେ ୮ କୋଟି ଟଙ୍କାର ଲାଞ୍ଚ କାରବାରର ଅଭିଯୋଗ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିପାଇଁ ତାଙ୍କୁ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଦାୟିତ୍ୱରୁ ବିଦା କରାଯାଇଛି।

ଏବେ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଏସ୍‌ଆଇଟି କରିବ। କେବଳ ଆର୍ଯ୍ୟନଙ୍କ ମାମଲା ନୁହେଁ ସମୀର ୱାଙ୍ଖଡେ ତଦନ୍ତ କରୁଥିବା ଆଉ ୫ଟି କେସ୍‌ର ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହଙ୍କ ଟିମକୁ ମିଳିଛି। ଏହା ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଜ୍ୱାଇଁ ସମୀର ଖାନଙ୍କ ଡ୍ରଗ୍ସ ଲିଙ୍କ ମାମଲା ରହିଛି। ସମୀର ଖାନଙ୍କୁ ସୀମର ୱାଙ୍ଖଡେ ହିଁ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ କରିଥିଲେ। ତେବେ ସେ ବର୍ତ୍ତମାନ ଜାମିନରେ ଅଛନ୍ତି।

ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ହୋଇଥିବା ୨୫ କୋଟିର ଡିଲ୍ରୁ ସମୀର ୱାଙ୍ଖଡେ ୮ଟି କୋଟି ନେଇଥାଆନ୍ତେ ବୋଲି ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିର ସାକ୍ଷୀ ପ୍ରଭାକର ସୈଲ ଅଭିଯୋଗ କରିଥିଲେ। ଏନସିବିର ଭିଜିଲାନ୍ସ ଟିମ୍ ବର୍ତ୍ତମାନ ଏହାର ତଦନ୍ତ କରୁଛି। ଏହାବାଦ୍ ସମୀର ୱାଙ୍ଖଡେ ଜାଲ ଜାତିଗତ ପ୍ରମାଣପତ୍ର ଦେଖାଇ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ ଥିବା ଆଇଆରିସି ଚାକିରି ପାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।

The post ସମୀର ଆଉଟ, ଓଡ଼ିଶା କ୍ୟାଡର ଆଇପିଏସ କରିବେ ଆର୍ଯ୍ୟନଙ୍କ ତଦନ୍ତ appeared first on Odisha Reporter.



from Odisha Reporter https://ift.tt/3mOWTg5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages