ସାଲେପୁର (ମନୋଜ କୁମାର ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ରାମକୃଷ୍ଣପୁର-ପାଟପାରି ଗାଁରେ ବୋମାମାଡ ହୋଇଛି। ଆଜି ଭୋରରୁ ଅନ୍ଧାରର ସୁଯୋଗ ନେଇ ଅଶୋକ କୁମାର ସାମଲଙ୍କ ଘର ଓ କାର୍ ଉପରକୁ ୪ଟି ବୋମାମାଡ ହୋଇଛି। ବୋମା ମାଡ଼ରେ କାରର ପଛପଟ ନଷ୍ଟ ହୋଇଯାଇଛି। ଏନେଇ ଅଶୋକ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
କିଛି ଦିନ ପୂର୍ବର କେହିଜଣେ ଅଜଣା ଲୋକ ଫୋନରେ ଧମକ ଦେଇଥିବାରୁ ତାହା ବୋମାମାଡର କାରଣ ହୋଇପାରେ ବୋଲି ଅଶୋକ ଅଭିଯୋଗ କରିଛନ୍ତି। ଅଶୋକଙ୍କ ପୁଅର ବାହାଘର ଠିକ ହେବା ପରେ କେହି ଜଣେ ଦୁର୍ବୃତ୍ତ ସେହି ଜାଗାରେ ବିବାହ ନ କରିବାକୁ ଧମକ ଦେଇଥିଲେ। ସେହି ବ୍ୟକ୍ତି ଜଣଙ୍କ ବୋମା ମାଡ କରିଥାଇପାରନ୍ତି ବୋଲି ଅଶୋକ ସାମଲ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି।
ଅଶୋକ କହିଛନ୍ତି, ମୁଁ କଟକରେ ଚାକିରି କରିଛି। ମୁଁ ସେହିଠି ରୁହେ। ମୋ ପୁଅ ମଧ୍ୟ ଭୁବନେଶ୍ୱରରେ ରୁହେ। ଆମ ଘରେ ବୋମାମାଡ଼ ହୋଇଥିବା ଆଜି ସକାଳେ ମୋ ଝିଅ ମୋତେ ଜଣାଇଥିଲା। ମୁଁ ଏନେଇ ଥାନାରେ ଏତଲା ଦେଇଛି। ମୋର ଗାଁରେ କାହା ସହ ଶତ୍ରୁତାକୁ ନାହିଁ।
The post ଫୋନରେ ଧମକ ପରେ ଘରେ ବୋମାମାଡ଼! appeared first on Odisha Reporter.
from Odisha Reporter https://ift.tt/323KQn3
No comments:
Post a Comment