ରାକ୍ଷାସ ସାଜିଲା ବାପା, ନିଜ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ରାକ୍ଷାସ ସାଜିଲା ବାପା, ନିଜ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା

ଭୋପାଲ: ରକ୍ଷକ ସାଜିଲା ଭକ୍ଷକ। ରାକ୍ଷାସ ପାଲଟିଗଲା ବାପା। ନିଜ ଜନ୍ମକଲା ଝିଅ ସହ ହିଁ କଲା ଦୁଷ୍କର୍ମ। କେବଳ ସେତିକି ନୁହେଁ ଦୁଷ୍କର୍ମ ପରେ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା। ଏଭଳି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଲରେ।

ଭୋପାଲ ସମସଗଡ ଜଙ୍ଗଲରେ ଜଣେ ୨୫ ବର୍ଷୀୟ ମହିଳା ଓ ୮ ମାସର ଶିଶୁର ମୃତଦେହ ମିଳିଛି। ତଦନ୍ତ ପରେ ଉକ୍ତ ମହିଳାଙ୍କୁ ତାଙ୍କ ୫୫ ବର୍ଷୀୟ ବାପା ହିଁ ହତ୍ୟା କରିଥିବା ଜଣାପଡିଛି। ଝିଅ ଅନ୍ୟଜାତିରେ ପ୍ରେମ ବିବାହକୁ ନେଇ କ୍ରୋଧିତ ହୋଇ ବାପା ଏଭଳି ଲଜ୍ଜାଜନକ ଘଟଣା ଘଟାଇଛି।

ପୁଲିସ ସୂଚନା ମୁତାବକ, ଦୀପାବଳି ପରଦିନ ଏହି ଘଟଣା ଘଟିଛି। ୫ ତାରିଖ ଦିନ ଉକ୍ତ ମହିଳାଙ୍କ ସହ ତାଙ୍କ ବାପା ପ୍ରଥମେ ଦୁଷ୍କର୍ମ ଓ ପରେ ତଣ୍ଟି ଚିପି ହତ୍ୟା କରିଛି। ଏହାପରେ ଝିଅର ମୃତଦେହକୁ ଜଙ୍ଗଲ ଭିତରେ ଛାଡି ଚାଲିଆସିଥିଲା ଅଭିଯୁକ୍ତ ବାପା।

ହତ୍ୟାର ୯ ଦିନ ପରେ ତଥା ନଭେମ୍ବର ୧୪ ତାରିଖରେ ଜଣେ ବନକର୍ମଚାରୀ ଜଙ୍ଗଲ ଭିତରେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପ୍ରଥମ ଏହା ହତ୍ୟା ମାମଲା ବୋଲି ଜଣାପଡିଥିଲା। କିନ୍ତୁ ବ୍ୟବଚ୍ଛେଦ ପରେ ତଣ୍ଟିଚିପି ହତ୍ୟା କରିବା ପୂର୍ବରୁ ପୀଡିତାଙ୍କ ସହ ଦୁଷ୍କର୍ମ କରାଯାଇଥିବା କଥା ସାମ୍ନାକୁ ଆସିଥିଲା।

ପୁଲିସ ଅଧିକାରୀଙ୍କ ମୁତାବକ, ବହୁ ବର୍ଷ ପୂର୍ବେ ଝିଅ ଘରୁ ପଳାଇ ଯାଇ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲା। ଏହାକୁ ତାଙ୍କ ବାପା ବିରୋଧ କରିଥିଲେ। ସେ ଝିଅକୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିଲେ। ପରେ  ଦୀପାବଳି ମନାଇବା ପାଇଁ ଝିଅ ନିଜ ବଡଉଭଣୀ ଘରକୁ ଆସିଥିଲା। ସେଠାରେ ନିମୋନିଆ ଯୋଗୁ ତା’ ଆଠ ମାସର ଶିଶୁର ମୃତ୍ୟୁ ହୋଇଥିଲା।

ଶିଶୁର ମୃତ୍ୟୁର ଖବର ସେ ସ୍ୱାମୀକୁ ଜଣାଇ ନଥିଲା। ଶିଶୁଟିର ଅନ୍ତିମ ସଂସ୍କାର ପାଇଁ ବାପା ଏବଂ ଭାଇକୁ ଡକାଯାଇଥିଲା। ପରେ ବାପା ଆସି ଝିଅକୁ ବାଇକ୍‌ରେ ବସାଇ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ସେ ଦୁଷ୍କର୍ମ କରିବା ସହ ଝିଅକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୁକ୍ତ ବାପା ପୁଲିସ ଆଗରେ ସ୍ୱୀକାର କରିଛି। ଧାରା ୩୦୨ ଓ ୩୭୬ ଅନୁଯାୟୀ ଅଭିଯୁକ୍ତ ବାପାକୁ ପୁଲିସ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

The post ରାକ୍ଷାସ ସାଜିଲା ବାପା, ନିଜ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା appeared first on Odisha Reporter.



from Odisha Reporter https://ift.tt/3cnx0xT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages