ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ଗୁରୁ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ସେ ଆଇସିସି(ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନ୍‌ସିଲ) ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧାବାର ଆଇସିସି ପକ୍ଷରୁ ଏହି ସୂଚନା ମିଳିଛି।

ଏହାପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଅନୀଲ କୁମ୍ବଲେ ଥିଲେ। ଏ ବିଷୟରେ ବିବୃତି ଦେଇ ‘ଆଇସିସି’ କହିଛି, ଏହି ୩ ବର୍ଷିଆ ପଦବୀରେ ସର୍ବାଧିକ ୩ ଥର ପାଇଁ ରହିଥିବା ଅନୀଲ କୁମ୍ବଲେ୍‌ ଇସ୍ତଫା ଦେବା ପରେ ‘ବିସିସିଆଇ’ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କୁ ‘ଆଇସିସି ମେନ୍‌ସ୍‌ କ୍ରିକେଟ୍‌ କମିଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ବର୍ତ୍ତମାନ ଗାଙ୍ଗୁଲିଙ୍କୁ ଯେଉଁ ନୂଆ ନିଯୁକ୍ତ ମିଳିଛି, ସେଥିରେ ସେ ଏବେ କ୍ରିକେଟକୁ ନେଇ ଅନେକ ନିୟମ ତିଆରି କରିପାରିବେ।  ମୁଖ୍ୟତଃ କ୍ରିକେଟ କମିଟି ପାଖରେ କ୍ରିକେଟ ସହ ଯୋଡି ହୋଇ ରହିଥିବା ଅନେକ ନିୟମକୁ ସେ ତଦାରଖ କରିବେ।

ଏହାପୂର୍ବରୁ କୁମ୍ବଲେ ଏହି ପଦବୀରେ ଥିବା ସମୟରେ ଡିଆର୍‌ଏସ୍‌କୁ ନେଇ ଏକ ବଡ ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ପରେ କ୍ରିକେଟର ଖେଳକୁ ନେଇ ନିୟମ ତିଆରି କରିଥିଲେ ସେ।

ସୂଚନା ମୁତାବକ, ଜଣେ ସବୁଠୁ ସଫଳ ସର୍ବକାଳୀନ ଭାରତୀୟ କ୍ରିକେଟର ଅଧିନାୟକ ଭାବେ ଗୌରବ ଅର୍ଜନ କରିଥିବା ଗାଙ୍ଗୁଲୀ ମଧ୍ୟ ତାଙ୍କ ପିଢ଼ିର ଅନ୍ୟତମ ସର୍ବୋତ୍ତମ ବ୍ୟାଟ୍‌ସ୍‌ମ୍ୟାନ୍‌ ଥିଲେ। ୨୦୧୫ ରୁ ୨୦୧୯ ମଧ୍ୟରେ ସେ ଥିଲେ ‘କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌’ର ଅଧ୍ୟକ୍ଷ । ୨୦୧୯ରେ ସେ ‘ବିସିସିଆଇ’ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

The post ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ଗୁରୁ ଦାୟିତ୍ୱ appeared first on Odisha Reporter.



from Odisha Reporter https://ift.tt/3Dt2xKw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages