ସୁଧ, ମୂଳ ମିଶି ହେଲାଣି ୧୪୦ କୋଟି; ଧରା ଦେଉନି କମ୍ପାନୀ, ଆଜି ପହଞ୍ଚିଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ସୁଧ, ମୂଳ ମିଶି ହେଲାଣି ୧୪୦ କୋଟି; ଧରା ଦେଉନି କମ୍ପାନୀ, ଆଜି ପହଞ୍ଚିଲା ସିବିଆଇ

କଟକ(ଓଡ଼ିଶା ରିପୋର୍ଟର): କମ୍ପାନୀ ଆରମ୍ଭ କରିବାକୁ କହି ୮ ବର୍ଷ ପୂର୍ବେ ୨ଟି ବ୍ୟାଙ୍କରୁ ୭୭ କୋଟି ଟଙ୍କା ଲୋନ୍‌ ନେଇଥିଲେ। ଇତି ମଧ୍ୟରେ ୮ ବର୍ଷ ବିତିଗଲାଣି। ଲୋନ୍‌ ଶୁଝିବା ନାଁ ଧରୁ ନାହାନ୍ତି କମ୍ପାନୀର ମାଲିକ । ଏପରିକି  ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧରାଛୁଆଁ ବି ଦେଉ ନାହାନ୍ତି।  ଇତି ମଧ୍ୟରେ ବ୍ୟାଙ୍କ ଲୋନ୍‌ ପରିମାଣ ୭୭ କୋଟିରୁ ଆସି ୧୪୦ କୋଟିରେ ପହଞ୍ଚିଲାଣି। ଶେଷରେ କମ୍ପାନୀକୁ ବାଟକୁ ଆଣିବାକୁ ଓ ଲୋନ୍‌ ଦେଇଥିବା ଟଙ୍କା ଫେରସ୍ତ ପାଇବା ଆଶାରେ ସିବିଆଇ ଦ୍ୱାରସ୍ତ ହେଲେ ୨ ବ୍ୟାଙ୍କ କର୍ତ୍ତୃପକ୍ଷ । ଫଳରେ ଆଜି କଟକ ଜଗତପୁର ଫେଜ-୨ ଶିଳ୍ପାଞ୍ଚଳରେ ଥିବା ସମ୍ପୃକ୍ତ କମ୍ପାନୀ  ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ଉପରେ ଚଢ଼ାଉ କରିଛି ସିବିଆଇ ଟିମ୍‌ ।

ସୂଚନା ଅନୁଯାୟୀ, ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ୨୦୧୩ ମସିହାରେ ୭୭ କୋଟି ଲୋନ୍‌ ନେଇଥିଲେ। ସଂସ୍ଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଟଙ୍କାର ଋଣ ନେଇଥିବା ବେଳେ ଆଲାହାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ଭାବେ ନେଇଥିଲା । ଏହାପରେ ଲୋନ୍‌ ଶୁଝିବାକୁ ଆଉ ସଂସ୍ଥା କର୍ତ୍ତୃପକ୍ଷ ଧରାଛୁଆଁ ଦେଇ ନ ଥିଲେ। ବାରମ୍ବାର ନୋଟିସ୍‌ ସତ୍ତ୍ୱେ ନା ଉତ୍ତର ଦେଉଥିଲେ ନା ଲୋନ୍‌ ଶୁଝୁଥିଲେ।

କମ୍ପାନୀ ଭିତର ଦୃଶ୍ୟ ।

ଇତି ମଧ୍ୟରେ ୮ ବର୍ଷ ବିତି ସାରିଥିବା ବେଳେ  ୨୦୨୧  ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କର ଲୋନ୍‌ ଓ ନନ୍‌ ପେମେଣ୍ଟ ଆକାଉଣ୍ଟ ସୁଧ, ମୂଳ ମିଶି ୧୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପହଞ୍ଚି ସାରିଛି। ଟଙ୍କା ଆଦାୟ କରିବାର ସବୁ ଫାନ୍ଦ ଫେଲ୍‌ ମାରିବା ପରେ ଏବେ ୨ ବ୍ୟାଙ୍କ କର୍ତ୍ତୃପକ୍ଷ ସିବିଆଇ ଶରଣରେ ପଶିଛନ୍ତି। ସଂସ୍ଥାର ୫ ଡାଇରେକ୍ଟରଙ୍କ ନାଁରେ ମାମଲା ରୁଜୁ ହୋଇଛି।

ସିବିଆଇ ପକ୍ଷରୁ ଆଜି ୩ଟି ଜାଗାରେ ଚଢ଼ାଉ ହେଉଛି। ଜଗତପୁର ଫେଜ-୨ ଶିଳ୍ପାଞ୍ଚଳ ସ୍ଥିତ କମ୍ପାନୀ, ତିନିକୋଣିଆ ବଜାର ପାଖରେ ଥିବା ଘରେ, ବିଜୁ ପଟ୍ଟନାୟକ ଛକସ୍ଥିତ ଘରେ ବି ଚଢ଼ାଉ ଚାଲିଛି। ସଂସ୍ଥାର କାଗଜପତ୍ର ଠିକ୍‌ ଅଛି ନା ନାହିଁ, ସଂସ୍ଥା ପ୍ରକୃତରେ ଚାଲୁଛି ନା ନାହିଁ ତାହାର ଯାଞ୍ଚ କରୁଛି ଟିମ୍‌। କେବଳ ସେତିକି ନୁହେଁ, ଏତେ ଅଧିକ ପରିମାଣର ଲୋନ୍‌ ଦିଆଯାଇଥିବା ବେଳେ ବ୍ୟାଙ୍କ ତରଫରୁ କ’ଣ କାଗଜପତ୍ର ରହିଛି , କ’ଣ ବନ୍ଧକ ରହିଛି ତାହାର ବି ଖୋଳତାଡ଼ କରୁଛି ସିବିଆଇ ଟିମ୍‌।

ସିବିଆଇ ଟିମ୍‌ ଆଜି ଜଗତପୁର ଶିଳ୍ପାଞ୍ଚଳରେ ଥିବା କମ୍ପାନୀ ପରିସରକୁ ଯାଇଥିବା ବେଳେ  ଯାହା ଦେଖିଲେ ତାହା ଚକିତ କରିବାକୁ ଯଥେଷ୍ଟ। କମ୍ପାନୀ ବୋଲି କିଛି ନ ଥିବା ବେଳେ ରହିଛି କେବଳ କିଛି ଭଙ୍ଗା କାନ୍ଥ । ତା’ ମଧ୍ୟରେ ଅନାବନା ଘାସ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ତେଣୁ କମ୍ପାନୀ ପ୍ରଥମେ ନେଇଥିବା ୭୭ କୋଟି ଟଙ୍କା ଲୋନ୍‌ କେଉଁଥିରେ ବିନିଯୋଗ କରିଥିଲେ, ନା ତାହାକୁ ନେଇ ନିଜ ପକେଟ୍‌ ଗରମ କରିଥିଲେ ତାହା ଏବେ ବଡ଼ ପ୍ରଶ୍ନ ।

ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅଧିକ ତଥ୍ୟ ମିଳିପାରି ନ ଥିବା  ଜଣାଯାଇଛି।

The post ସୁଧ, ମୂଳ ମିଶି ହେଲାଣି ୧୪୦ କୋଟି; ଧରା ଦେଉନି କମ୍ପାନୀ, ଆଜି ପହଞ୍ଚିଲା ସିବିଆଇ appeared first on Odisha Reporter.



from Odisha Reporter https://ift.tt/2ZpjRS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages