ଡଙ୍ଗା ଲୋଭରେ ଯୋରକୁ ପଳାଇଲେ ୨ ଭଉଣୀ, ଆଉ ଫେରିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ଡଙ୍ଗା ଲୋଭରେ ଯୋରକୁ ପଳାଇଲେ ୨ ଭଉଣୀ, ଆଉ ଫେରିଲେନି

କେନ୍ଦ୍ରାପଡ଼ା:  ଯୋରରୁ ଡଙ୍ଗା ଗୋଟାଇବା କାଳ ହେଳା। ଡଙ୍ଗା ଗୋଟାଉ ଗୋଟାଉ ପାଣିରେ ବୁଡ଼ିଗଲେ ୨ ଭଉଣୀ। ମୃତକଙ୍କ ମଧ୍ୟରୁ ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର । ଏପରି ଅଭାବନୀୟ ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଜଅଁରା ବାରିମୂଳ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ମୃତକଦ୍ୱୟ ୨ ଭଉଣୀ ବୋଲି ଓ ସେମାନଙ୍କ ନାଁ ଶୁଭସ୍ମିତା ମଲିକ ଓ ମଧୁସ୍ମିତା ମଲିକ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ବିପିନ ମଲିକଙ୍କ ୨ ଝିଅ ଘର ପାଖରେ ଖେଳୁଥିଲେ। ଏହି ସମୟରେ ତାଙ୍କ ବାପା କାମକୁ ଯାଇଥିବା ବେଳେ ମା’ ଘରେ କାମ କରୁଥିଲେ। ଏହି ସମୟରେ ୨ ଭଉଣୀ ଯୋରରେ ଡଙ୍ଗା ଭାସୁଥିବା ଦେଖି ତାହାକୁ ଆଣିବାକୁ ପଳାଇଥିଲେ। ହେଲେ ଅସାବଧାନତା ହେତୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା ଓ ପାଣିରେ ବୁଡ଼ି ଯାଇଥିଲେ।

ଏହାପରେ ଗାଁ ଲୋକେ ଉଭୟଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଉଭୟଙ୍କ ମୃତଦେହ ଯୋରରୁ  ଉଦ୍ଧାର କରାଯାଇଛି।  ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ଖେଳି ଯାଇଛି।

The post ଡଙ୍ଗା ଲୋଭରେ ଯୋରକୁ ପଳାଇଲେ ୨ ଭଉଣୀ, ଆଉ ଫେରିଲେନି appeared first on Odisha Reporter.



from Odisha Reporter https://ift.tt/3DKwnus

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages