କରୋନା କବଳରେ ୨୨ ଡାକ୍ତରୀ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 22, 2021

କରୋନା କବଳରେ ୨୨ ଡାକ୍ତରୀ ଛାତ୍ରଛାତ୍ରୀ

ସମ୍ବୁଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାରର ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସଂକ୍ରମିତ ହୋଇଥିବା ଛାତ୍ରୀଛାତ୍ରୀମାନେ ହଷ୍ଟେଲରେ ରହୁଥିଲେ। ହଷ୍ଟେଲରେ ରହୁଥିବା ଅନ୍ୟମାନଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇଛି। ଭୀମସାର ଅଧୀକ୍ଷକ କୋଭିଡ୍ ହସ୍ପିଟାଲରେ ପହଞ୍ଚି  ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମ ବର୍ଷ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।  କିଛି ଦିନ ତଳେ ବୁର୍ଲା ଭୀମସାର କଲେଜରେ ଆନୁଆଲ ଫଙ୍କସନ୍‌ ହୋଇଥିଲା। ସେଥିପାଇଁ  ସଂକ୍ରମଣ ବଢ଼ିଥିବା  ସନ୍ଦେହ କରାଯାଉଛି।

ଜଣେ ଛାତ୍ର କହିଛନ୍ତି, ଛାତ୍ରୀନିବାସରେ ପ୍ରଥମବର୍ଷର ଜଣେ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ହଷ୍ଟେଲରେ ଥିବା ସମସ୍ତ ପିଲାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଏହାପରେ ଅନ୍ୟ ଛାତ୍ରଛାତ୍ରୀମାନେ ପଜିଟିଭ ଚିହ୍ନଟ ହୋଇଥିଲେ। କେତେଜଣଙ୍କ ଲକ୍ଷଣ ନ ଥାଇ ସେମାନେ କରୋନା ଆକ୍ରାନ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ କରୋନା ଗ୍ରାଫ ତଳ ମୁହାଁ ହୋଇଛି। ୫୦୦ ତଳେ କରୋନା କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ମୃତ୍ୟୁ ହାର ମଧ୍ୟ କମିଛି। ତେବେ ବୁର୍ଲା ଭୀମସାରର ୨୨ ଜଣ  ଛାତ୍ରୀ କରୋନା ପିଜିଟିଭ ଚିହ୍ନଟ ହେବା ପରେ  ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

The post କରୋନା କବଳରେ ୨୨ ଡାକ୍ତରୀ ଛାତ୍ରଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/3xg4BUb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages