ଓକାକ୍ ସିଇଓଙ୍କୁ ଠକିଥିବା ନାଇଜେରିଆନ୍‌ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 22, 2021

ଓକାକ୍ ସିଇଓଙ୍କୁ ଠକିଥିବା ନାଇଜେରିଆନ୍‌ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ୍‌ ଆପ୍ ହ୍ୟାକ କରି ଟଙ୍କା ଲୁଟିବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍‌। ସମ୍ପୃକ୍ତ ଅଭିଯୁକ୍ତଜଣକ ନାଇଜେରିଆନ୍ ହୋଇଥିବା ବେଳେ ତାଙ୍କ ନାଁ ଅକ୍ୟୁଦୁରୀ ପାସ୍କେଲ ।

ପୂର୍ବରୁ ତାଙ୍କର ଜଣେ ସହଯୋଗୀଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଥିଲା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୁଲିସ୍‌ ବାଙ୍ଗାଲୋରରେ ପହଞ୍ଚି ଅକ୍ୟୁଦୁରୀଙ୍କୁ ମାଡ଼ି ବସିଛି। ଅକ୍ୟୁଦୁରୀ ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ତାଙ୍କୁ ଧରିଲା ଦିଲ୍ଲୀ ପୁଲିସ୍। ଖବର ପାଇ ବାଙ୍ଗାଲୋର ଗଲା ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ୨ ଜଣିଆ ଟିମ୍ ।

ସେଠାରେ ଓକାକ୍ ଠକେଇର ଅଧିକ ଖୋଳତାଡ଼ ଓ ସଂପୃକ୍ତି ନେଇ ତଦନ୍ତ କରିବ ଏହି ଟିମ୍ । ଆବଶ୍ୟକ ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି  ।

କ୍ରାଇମବ୍ରାଞ୍ଚ ତଦନ୍ତରୁ ୨ ଜଣିଆ ନାଇଜେରିଆନ ଗ୍ୟାଙ୍ଗ ଏହି ସାଇବର ଠକେଇ କରୁଥିବା ଜଣାପଡ଼ିଥିଲା।  ଏହି ଘଟଣାରେ  ନଭେମ୍ବର ୧ ତାରିଖରେ ପଶ୍ଚିମ ଦିଲ୍ଲୀରୁ ମୋରିସ ନାମକ ଅଭିଯୁକ୍ତକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ  । ତା’ ନାଁରେ ପୂର୍ବରୁ ବି ଦିଲ୍ଲୀ ପୋଲିସରେ  ମାମଲା ଥିଲା  ।

ଏନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ହ୍ୟାକରମାନେ ପ୍ରଥମେ ଅଜଣା ନମ୍ବରରୁ ହ୍ୱାଟସ୍‌ ଆପ୍‌ ଲିଙ୍କ ପଠାଇଥାନ୍ତି। ଉକ୍ତ ଲିଙ୍କକୁ କ୍ଲିକ୍‌ କରିବା ପରେ  ଆପେ ଆପେ ହ୍ୱାଟସ୍‌ ଆପ୍ର କଣ୍ଟ୍ର୍ରୋଲ ସେମାନଙ୍କ  ଅଧୀନକୁ ଚାଲି ଯାଉଛି। ଏହାପରେ ହ୍ୟାକ କରିଥିବା ବ୍ୟକ୍ତିଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ବ୍ୟକ୍ତିଙ୍କ ପାଖରୁ ଟଙ୍କା ସାହାଯ୍ୟ ମାଗୁଛନ୍ତି।

ଏହି ପ୍ରକାର କେସ୍‌ ନଭେମ୍ବର ୧ରେ ଦିଲ୍ଲୀରେ ହୋଇଥିଲା। ଦିଲ୍ଲୀ ପୁଲିସ୍‌ ଏକ ବଡ ରାକେଟର ମୁଖିଆ ନାଇଜେରିଆର ଜଣଙ୍କୁ ଗିରଫ କରିଥିଲା। ଏହାପରେ ଅନ୍ୟ ଅଭିଯୁକ୍ତଜଣକ ବାଙ୍ଗଲୋରରେ ଥିବା ଜଣାପଡ଼ିବା ପରେ ତାଙ୍କ ଗତିବିଧୀ ଉପରେ ତିକ୍ଷ୍ଣ ନଜର ରଖାଯାଇଥିଲା।

ସୂଚନାଯୋଗ୍ୟ, ଓକାକ୍‌ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ  ହ୍ୱାଟସଆପ୍‌ ହ୍ୟାକ୍‌ କରି ସାଇବର ଲୁଟେରା ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲେ  । ଏପରିକି ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ସମ୍ପର୍କୀୟ ତଥା ବନ୍ଧୁବାନ୍ଧବ ୫ ଜଣ ୭ ଲକ୍ଷ ଟଙ୍କା ଦେଇଥିଲେ।  ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଥିଲେ। ସତ ପଦାକୁ ଆସିବା ପରେ  ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଥିଲେ । ମନୋଜ ପଟ୍ଟନାୟକ ନିଜେ ମଧ୍ୟ ଥାନାରେ ଏତଲା ଦେଇଥିଲେ।

The post ଓକାକ୍ ସିଇଓଙ୍କୁ ଠକିଥିବା ନାଇଜେରିଆନ୍‌ ଗିରଫ appeared first on Odisha Reporter.



from Odisha Reporter https://ift.tt/3CHlB6Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages