‘୨୦୦ ଟଙ୍କା ଦିଅ ଭିତିରିଆ ରାସ୍ତାରେ ନେଇଯିବୁ’- ବସ୍‌ ଲୁଟିବାକୁ ବିଛାଇଥିଲେ ଜାଲ, ହେଲେ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

‘୨୦୦ ଟଙ୍କା ଦିଅ ଭିତିରିଆ ରାସ୍ତାରେ ନେଇଯିବୁ’- ବସ୍‌ ଲୁଟିବାକୁ ବିଛାଇଥିଲେ ଜାଲ, ହେଲେ..

ନୀଳଗିରି(ଓଡ଼ିଶା ରିପୋର୍ଟର): ଯାତ୍ରୀବାହୀ ବସ୍‌ରୁ ଲୁଟ୍‌ ଉଦ୍ୟମ । ଘଞ୍ଚ ଜଙ୍ଗଲିଆ ରାସ୍ତାରେ ବିଳମ୍ବିତ ରାତିରେ ଯାଉଥିବା ବସ୍‌ରୁ ଲୁଟ୍‌ ଉଦ୍ଦେଶ୍ୟରେ ରାସ୍ତା ଉପରେ ବଡ଼ ବଡ଼ ଗଛ ଗଣ୍ଡି ପକାଇ ଦେଇଥିଲେ ଲୁଟେରା। ଏହାପରେ ଲୁଟ୍‌ର ଜାଲ ବିଛାଉ ବିଛାଉ ପହଞ୍ଚି ଯାଇଥିଲେ ବନ କର୍ମଚାରୀ। ଶେଷରେ ଫସର ଫାଟିଲା ଲୁଟେରାଙ୍କ ବସ୍‌ ଲୁଟ୍‌ ଉଦ୍ୟମ । ଅନ୍ଧକାରର ସୁଯୋଗ ନେଇ ଜଙ୍ଗଲ ଭିତରେ ଚମ୍ପଟ ମାରିଲେ। ଏପରି ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଉଦଳା ପୂର୍ତ୍ତ ରାସ୍ତାର ସଜନାଗଡ଼ ନିକଟସ୍ଥ ତିନିକୋଶିଆ ଜଙ୍ଗଲୀ ରାସ୍ତାରେ ଘଟିଛି।

ବିଜୟା ନାମକ ଯାତ୍ରୀବାହୀ ବସ୍‌ ମୟୂରଭଞ୍ଜ ଜିଲ୍ଲା ଉଦଳାରୁ  ଭୁବନେଶ୍ୱରରୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ତାହାକୁ ଟାର୍ଗେଟ କରିଥିଲେ ପ୍ରାୟ ୭ ଲୁଟେରା।  ଏଥିନିମନ୍ତେ ସୁଚିନ୍ତିତ ଯୋଜନା ବି ପ୍ରସ୍ତୁତ କରିଥିଲେ। ବସ୍‌ ଆସିବା ପୂର୍ବରୁ ରାସ୍ତା ଉପରେ ବଡ଼ ବଡ଼ ଗଛ ଗଣ୍ଡି ପକାଇ ଯାତାୟତକୁ ଅବରୋଧ କରିଥିଲେ।

ଏହାପରେ ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ଗଛ ଦେଖି ରହି ଯାଇଥିଲା। ଏହାର ସୁଯୋଗ ନେଇ ଲୁଟେରାମାନେ ବସ୍‌ ଡ୍ରାଇଭରଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ।  ରାସ୍ତାରେ ଗଛ ଗଡିଛି, ୨୦୦ ଟଙ୍କା ଦିଅ ଭିତରିଆ ରାସ୍ତାରେ ନେଇଯିବୁ ବୋଲି କହିଥିଲେ। ଏପରିକି ବସ୍‌ ପାଖରେ ୨ ଲୁଟେରା ରହିଥିବା ବେଳେ ଆଉ ୫ ଜଣ ଗଛ ପାଖରେ ଛିଡ଼ା ହୋଇଥିଲେ ।

ହଠାତ୍‌ ଏହି ସମୟରେ ପାଟ୍ରୋଲିଂ କରୁଥିବା ନୀଳଗିରି ବନବିଭାଗର କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାସ୍ତା ଉପରେ ଗଛ ପଡ଼ିଥିବା ବେଳେ କିଛି ଯୁବକ ଛିଡ଼ା ହୋଇଥିବା ଦେଖି ପଚରାଉଚରା କରିଥିଲେ। ଏହି ସମୟରେ ଲୁଟେରାମାନେ ସେମାନଙ୍କୁ ଭୟଭୀତ କରିବାକୁ ମାରଣାସ୍ତ୍ର ଦେଖାଇଥିଲେ।  ମାତ୍ର ବନ କର୍ମଚାରୀମାନେ ନିକଟସ୍ଥ ଅଞ୍ଚଳର ଲୋକଙ୍କୁ ଫୋନ୍‌ ଯୋଗେ ଏ ସମ୍ପର୍କରେ ସୂଚନା ଦେଇଥିଲେ।  ଏହି ସମୟ ମଧ୍ୟରେ ଉଭୟପଟୁ ଯାତ୍ରୀବାହୀ ବସ ସହ ଟୁରିଷ୍ଟ ବସ ୫ ଟି ପହଞ୍ଚି ଯାଇଥିଲେ।

ତେବେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଯିବାରୁ ଲୁଟେରାମାନେ ଛତ୍ରଭଙ୍ଗ ଦେଇଥିଲେ।  ସେମାନେ ଜଙ୍ଗଲ ଭିତରକୁ ଖସିଯାଇଥିଲେ। ଏହାପରେ ବନବିଭାଗ ମେସିନ ଯୋଗେ ଗଛ କାଟି ସଫା କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲା।

ସୂଚନାଯୋଗ୍ୟ, ଏହି ରାସ୍ତା ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନା ଓ ବ୍ରହ୍ମପୁର ଥାନାର ସୀମାବର୍ତ୍ତୀ ଅଞ୍ଚଳ । ତେଣୁ ଏଠାରେ ପାଟ୍ରୋଲିଂ କରିବାକୁ କେହି ଆନ୍ତରିକତା ପ୍ରକାଶ କରୁଛନ୍ତି। ଏହାର ସୁଯୋଗ ଦେଇ    ପୂର୍ବରୁ ବହୁ ସମୟରେ ଏଠାରେ ଡକାୟତି ହେଉଥିବା  ଅଭିଯୋଗ ହୋଇ ଆସୁଛି। ହେଲେ ବାରମ୍ବାର ଦାବି ସତ୍ତ୍ୱେ ପୁଲିସ୍‌ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ  ନଥିବାରୁ ଏପରି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି।

The post ‘୨୦୦ ଟଙ୍କା ଦିଅ ଭିତିରିଆ ରାସ୍ତାରେ ନେଇଯିବୁ’- ବସ୍‌ ଲୁଟିବାକୁ ବିଛାଇଥିଲେ ଜାଲ, ହେଲେ.. appeared first on Odisha Reporter.



from Odisha Reporter https://ift.tt/3wX0c8d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages