କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପାଇଁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାକୁ ଯାଇଥିବା ବେଳେ ବିଜେଡି କର୍ମୀମାନେ ଜଣେ ଯୁବ କଂଗ୍ରେସ ନେତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ତାଙ୍କ ନାଁ ଜୟନ୍ତ ବିଷାନ। ସେ ହେଉଛନ୍ତି କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମମିତା ହତ୍ୟା ମାମଲାରେ ନାରାବାଜି କରୁଥିଲେ ଜୟନ୍ତ। ଏହା ଦେଖି ବିଜେଡି କର୍ମୀମାନେ ତାଙ୍କୁ ଚାରିପଟୁ ଘେରି ଯାଇ ପିଟିଥିଲେ। ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ଜୟନ୍ତଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି ପକ୍ଷରୁ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିଜେପି ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା। ସେମାନେ ଶୋଭାଯାତ୍ରା ବେଳେ କଳାପତାକା ମଧ୍ୟ ଦେଖାଇଥିଲେ। ଏହା ପରେ ପୁଲିସ୍ ସେମାନଙ୍କୁ ଉଠାଇ ନେଇଥିଲା।
The post କଂଗ୍ରେସ ଯୁବ ନେତାଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ appeared first on Odisha Reporter.
from Odisha Reporter https://ift.tt/3myS36y
No comments:
Post a Comment