ଅଶୋକ ଦାସଙ୍କ ନାଁ ନେଇ ପୁଣି ବବିଙ୍କୁ କଟାକ୍ଷ କଲେ ଜୟନାରାୟଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ଅଶୋକ ଦାସଙ୍କ ନାଁ ନେଇ ପୁଣି ବବିଙ୍କୁ କଟାକ୍ଷ କଲେ ଜୟନାରାୟଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବା ଘଟଣାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବାକୁ ନେଇ ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ଆଜି ସିଧାସଳଖ ପ୍ରଣବ(ବବି)ଙ୍କୁ ତାଙ୍କ ପିତାଙ୍କ ନାଁ ନେଇ ତଥା ଆମିଷ ଓ ନିରାମିଷ ମାମଲାରେ ତୁମ ମୁଖିଆଙ୍କର ଆଚରଣ ଚଟୁ ଆଇଁଷ, ବେଣ୍ଟ ନିରାମିଷ ଭଳି ହୋଇଛି କଟାକ୍ଷ କରିଛନ୍ତି।

ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବବି ଯାହା ଟ୍ୱିଟ୍ କରିଛନ୍ତି ତାକୁ କଡ଼ା ଭାଷାରେ ସମାଲୋଚନା କରି ଜୟନାରାୟଣ କହିଛନ୍ତି ଯେ ତୁମ ପିତା ସ୍ୱର୍ଗତ ଅଶୋକ ଭାଇ ଥିଲେ ଭଲରେ ବୁଝି ପାରିଥାନ୍ତେ। ତୁମେ ମଧ୍ୟ ବୁଝିପାରିବ ବୋଲି ମୁଁ ଭାବୁଛି। ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେବା ପୂର୍ବରୁ ତୁମ ମୁଖିଆଙ୍କୁ ପରାମର୍ଶ ଦେଲେ ଭଲ ହୁଅନ୍ତା। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଚକାଆଖି ସବୁ ଦେଖୁଛି । ଗତ ୨୦ତାରିଖ ଦିନ ତୁମ ଦଳର ମୁଖିଆଙ୍କୁ ଠାକୁର କହି ଓଡ଼ିଶାର ଉପବାଚସ୍ପତି ସମ୍ବୋଧନ କଲେ। ତମ ମୁଖିଆ ମଉନ ରହି ବଡ଼ ଶରଧାରେ ସ୍ମିତହାସ୍ୟ ଦେଇ ନିଜେ ଠାକୁର ବୋଲି ସମ୍ମତି ପ୍ରକାଶ କଲେ । ପୋଖରୀ ଯାକର ମାଛ ସାରି ବଗ ଯାଇଛି ତୀର୍ଥ କରି ଢଙ୍ଗରେ ଓଡ଼ିଆ ଝିଅ ମମିତାର ଜଘନ୍ୟ ହତ୍ୟାକାଣ୍ଡରେ ସଂଶ୍ଲୀଷ୍ଟ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଖରେ ବସାଇ ଶକ୍ତି ପ୍ରଦାନ କଲେ । ଆମିଷ ଓ ନିରାମିଷ ମାମଲାରେ ତୁମ ମୁଖିଆଙ୍କର ଚଟୁ ଆଇଁଷ, ବେଣ୍ଟ ନିରାମିଷ ଭଳି ହୋଇଛି ।

ବିଗତ ବର୍ଷରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ପାଇଁ ତୁମ ଦଳ ଓ ତୁମର ମୁଖିଆ ଯେଉଁ ଷଡ଼ଯନ୍ତ୍ର କରିଥିଲେ, ତୁମର ଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧା କେତେ ଓଡ଼ିଶାବାସୀ ଜାଣିଛନ୍ତି । କାହା ପ୍ରଚେଷ୍ଟାରେ ମହାପ୍ରଭୁଙ୍କ ରଥଯାତ୍ରା ହେଲା, ଅଳ୍ପ ବହୁତେ ଓଡ଼ିଆ ଲୋକ ଜାଣିଛନ୍ତି । ରତ୍ନଭଣ୍ଡାର ଚାବି ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ରତ୍ନ ଅଛି ନା ତୁମ ମୁଖିଆଙ୍କ ଶାସନରେ କିଏ ଲୁଟ୍ କରିନେଲାଣି ବୋଲି ଜୟନାରାୟଣ ପ୍ରଶ୍ନ କରିବା ସହ ଓଡ଼ିଶା ଲୋକ ସନ୍ଦେହରେ ରହିଥିବା କହିଛନ୍ତି । ରତ୍ନ ଭଣ୍ଡାର ପ୍ରଶ୍ନ ପଚାରିଲେ ତୁମ ଅଭିଯୁକ୍ତ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁହଁ ବୁଲାଇ ପଳାଉଛନ୍ତି । ଜଗନ୍ନାଥ ସଂସ୍କୃତିରେ ମାଆ ସୁଭଦ୍ରା ଓ ମା’ ଲକ୍ଷ୍ମୀଙ୍କ ଗୁରୁତ୍ୱକୁ ତୁମ ମୁଖିଆ ବୁଝିଥିଲେ, ଓଡ଼ିଶାରେ ମମିତା ଭଳି ଝିଅକୁ ଯେଉଁଭଳି ଭାବେ ଷଡ଼ଯନ୍ତ୍ର କରି ନିର୍ମମ ହତ୍ୟା କରାଗଲା ତା’ର ଷଡ଼ଯନ୍ତ୍ରକାରୀକୁ ପାଖରେ ବସାଇ ନଥାନ୍ତେ । ତୁମେ ତୁମ ମୁଖିଆଙ୍କୁ ବୁଝାଅ ଓ କେବେ ବହିଷ୍କାର କରାଯିବ ରାଜ୍ୟବାସୀଙ୍କୁ ଜଣାଅ ବୋଲି ସେ ବବିଙ୍କୁ ପ୍ରଶ୍ନ କରିଛନ୍ତି ।

ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ତୁମ ଦଳର ଲୋକେ କହୁଛନ୍ତି, ତୁମେ ମୁଖିଆଙ୍କ ଆଖି । ପ୍ରତିଦିନ ରାଜ୍ୟରେ ଚାରି ଧର୍ଷଣ, ୬ ଅପହରଣ ଓ ୫ବର୍ଷରେ ୨୭ହଜାର ଶିଶୁ ନିଖୋଜ ହେଲେଣି । ଏ ପାପ କାହା ମୁଣ୍ଡରେ ଯିବ? ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ତୁମେ ମୁଖିଆଙ୍କୁ କହିଲଣି କି ବୋଲି ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଥିବାବେଳେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା । ପ୍ରଣବ ଏହି ପ୍ରସଙ୍ଗରେ ବିଜେପି ତୁରନ୍ତ କ୍ଷମା ମାଗୁ ବୋଲି ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ଆହ୍ୱାନ କରିଥିଲେ ।

The post ଅଶୋକ ଦାସଙ୍କ ନାଁ ନେଇ ପୁଣି ବବିଙ୍କୁ କଟାକ୍ଷ କଲେ ଜୟନାରାୟଣ appeared first on Odisha Reporter.



from Odisha Reporter https://ift.tt/3cUpRVP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages