ଆବଶ୍ୟକ ସାମଗ୍ରୀ: ପନୀର, ରିଫାଇନ୍ ତେଲ , ପିଆଜ,ଅଦା, ରସୁଣ,କଞ୍ଚାଲଙ୍କା, ଟମାଟୋ,କଶ୍ମୀର ଲାଲ ମିର୍ଚି, ଲୁଣ, ହଳଦି, ଗୋଟା ଧନିଆ, ଜିରା, ଗୋଲମରିଚ, ଗୋଟା ଶୁଖିଲା ଲଙ୍କା, ଗୋଟିଏ ଷ୍ଟାର ଫୁଲ, ଗୁଜରାତି, ଲବଙ୍ଗ, ଜାୟତ୍ରୀ ଫୁଲ, ଡାଲଚିନି, ବଡ଼ ଡାଲଚିନି । ଏହାବାଦ ରାଶି, ଶୁଖା ନଡ଼ିଆ ଗୁଣ୍ଡ, ତେଜପତ୍ର ,କସ୍ତୁରୀ ମେଥି, ବଟର, କାଜୁ,ଅମୁଲ କ୍ରିମ୍,ଚିନି,ଧନିଆ ପତ୍ର ବି ଆବଶ୍ୟକ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍ରେ ରିଫାଇନ୍ ତେଲ ଗରମ କରି ଛୋଟ ଛୋଟ କଟା ହୋଇଥିବା ପିଆଜ ପକାନ୍ତୁ। ଏହା ଗୋଳଡେନ ଫ୍ରାଏ ହେବା ପରେ ଅଦା, ରସୁଣ ଛେଚା, କଟା ହୋଇଥିବା କଞ୍ଚାଲଙ୍କା, ଟମାଟୋ ପକାଇ ଭାଜନ୍ତୁ। ଏହାପରେ ସେଥିରେ କଶ୍ମୀର ଲାଲ ମିର୍ଚି, ଲୁଣ, ହଳଦି ପକାନ୍ତୁ। ଏହାପରେ ଗ୍ୟାସ୍କୁ ବନ୍ଦ କରି ଦିଅନ୍ତୁ।
ଏହାପରେ ଆଉ ଏକ ପ୍ୟାନ୍ରେ ଗୋଟା ଧନିଆ, ଜିରା, ଗୋଲମରିଚ, ଗୋଟା ଶୁଖିଲା ଲଙ୍କା, ଗୋଟିଏ ଷ୍ଟାର ଫୁଲ, ଗୁଜରାତି, ଲବଙ୍ଗ, ଜାୟତ୍ରୀ ଫୁଲ, ଡାଲଚିନି, ବଡ଼ ଡାଲଚିନିକୁ ପକାଇ ଭଲ ଭାବେ ଭାଜିଦିଅନ୍ତି। ଏହାପରେ ସେଥିରେ ରାଶି, ଶୁଖା ନଡ଼ିଆ ଗୁଣ୍ଡ, ତେଜପତ୍ର ପକାଇ ଭଲ ଭାବେ ଭାବନ୍ତୁ। ଏହା ଭଲ ଭାବେ ବ୍ରାଉନ ହେବା ପରେ ଏହାକୁ ବାହାରକୁ ନେଇ ଥଣ୍ଡା କରି ଗ୍ରାଇଣ୍ଡ କରିଦିଅନ୍ତୁ।
ଏହାପରେ ଟମାଟୋ ମସାଲାରେ ଶୁଖା ମସଲାକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କିଛି ଗରମ ପାଣି ପକାଇ ମିଶିବାକୁ ଛାଡ଼ି ଦିଅନ୍ତୁ। ସେଥିରେ କସ୍ତୁରୀ ମେଥି, ବଟର, କାଜୁ ପେଷ୍ଟ ମିଶାନ୍ତୁ । ଏହାପରେ ସେଥିରେ କିଛି ଅମୁଲ କ୍ରିମ୍, କିଛି ପନିରକୁ ଗୁଣ୍ଡ କରି ପକାଇ ମସଲାକୁ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ସେଥିରେ ଲୁଣ, କିଛି ଚିନି ମିଶାନ୍ତୁ।
ଗ୍ରେଭି ଭଲ ଭାବେ ଫୁଟିଗଲା ପରେ ସେଥିରେ କ୍ୟୁବ୍ ସାଇଜରେ କଟା ଯାଇଥିବା ପନୀର ପକାନ୍ତୁ। କିଛି ସମୟ ପରେ ଏହାକୁ ବନ୍ଦ କରି ଧନିଆ ପତ୍ର ପକାଇ ଗରମାଗରମ ସର୍ଭ କରନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ପନୀର କୋହ୍ଲାପୁରୀ । ଗରମ ଗରମ ନାନ୍ ସହ ଏହାର ମଜା ନେଇପାରିବେ।
The post ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ର ପନୀର କୋହ୍ଲାପୁରୀ appeared first on Odisha Reporter.
from Odisha Reporter https://ift.tt/3cRo6bW
No comments:
Post a Comment