ପଞ୍ଜାବ ନିର୍ବାଚନ ଲଢ଼ିବେ ସୋନୁଙ୍କ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

ପଞ୍ଜାବ ନିର୍ବାଚନ ଲଢ଼ିବେ ସୋନୁଙ୍କ ଭଉଣୀ

ନୂଆଦିଲ୍ଲୀ: ଏଥର ନିର୍ବଚନ ମଇଦାନକୁ ଓହ୍ଲାଇବେ ରିଲ୍‌ରୁ ରିଅଲ୍‌ ହିରୋ ପାଲଟିଥିବା ସୋନୁ ସୁଦଙ୍କ ଭଉଣୀ। ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ଭଉଣୀ ମାଲବିକା ସୁଦ୍‌। ଏନେଇ ଆଜି ନିଜେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଅଭିନେତା ସୋନୁ।

ତେବେ ସେ କେଉଁ ଦଳ ତରଫରୁ ନିର୍ବଚାନ ଲଢ଼ିବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି।  ସୋନୁ ଏ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ରାଜଧାନୀ ଚଣ୍ଡିଗଡଠାରୁ ୧୭୦ କିଲୋମିଟର ଦୂର ମୋଗାରେ ସାମ୍ବାଦିକ ମମ୍ମିଳନୀ କରି ସୋନୁ ଏହି କଥା କହିଛନ୍ତି। ଏଥିସହ ସେ କିନ୍ତୁ କୌଣସି ରାଜନୈତିକ ଦଳରେ ସାମିଲ ହେବା କଥାକୁ ମନା କରିଦେଇଛନ୍ତି।

ସେ କହିଛନ୍ତି ରାଜନୀତିରେ ଯୋଗଦେବାରେ ମୋର କୌଣସି ଯୋଜନା ନାହିଁ।  ତାଙ୍କ ପରିବାରର ଆଗ୍ରହ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ସେ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ପଞ୍ଜାବର ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ଯେକୌଣସି ପ୍ଲାଟଫର୍ମ ତାଙ୍କୁ ସ୍ୱାଧୀନ ଭାବେ ଲୋକଙ୍କ ପାଇଁ କାମ କରିବାକୁ ଅନୁମତି ଦେବ ସେ ସେହି ପ୍ଲାଟଫର୍ମରେ ଯୋଗ ଦେବେ ବୋଲି ସୋନୁ କହିଛନ୍ତି।

ନିକଟରେ ସୋନୁ ସୁଦ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଭେଟିଥିଲେ। ତେବେ ସୋନୁଙ୍କ ଭଉଣୀ କଂଗ୍ରେତ ତରଫରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଶା କରାଯାଉଛି।

ସୂଚନା ମୁତାବକ, କରୋନା ମହାମାରୀ ଓ ଲକଡାଉନ୍‌ ବେଳେ ସୋନୁ ଲୋକଙ୍କ ପାଇଁ ସାଜିଥିଲେ ରିଆଲ୍‌ ହିରୋ। ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ପ୍ରବାସୀ ଶ୍ରମିକଙ୍କୁ ନିଜ ଖର୍ଚ୍ଚରେ ଘରକୁ ପହଞ୍ଚାଇବା ପାଇଁ ବ୍ୟସ୍ଥା କରିଥିଲେ। ସେହି ହସ୍ପିଟାଲରେ ବେଡ୍‌ ଯୋଗଡା କରିବା ଠାରୁ ଆରମ୍ଭ କରି ଅକ୍ସିଜେନ ଯାଏଁ ସବୁ କିଛି ସେ ତାଙ୍କ ଟିମ୍‌ ଯୋଗଡ କରିବା ପାଇଁ ଆଗେଇ ଆସିଥିଲେ। କୋଭିଡ ସମୟରେ କରିଥିବା କାମ ପାଇଁ ଅଭିନେତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଥିଲା।

The post ପଞ୍ଜାବ ନିର୍ବାଚନ ଲଢ଼ିବେ ସୋନୁଙ୍କ ଭଉଣୀ appeared first on Odisha Reporter.



from Odisha Reporter https://ift.tt/3ouEswz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages