ବିବାହ ପୂର୍ବରୁ ଭାବି ପତ୍ନୀଙ୍କ ଆଗରେ ଆଣ୍ଠେଇଲେ ରାଜକୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

ବିବାହ ପୂର୍ବରୁ ଭାବି ପତ୍ନୀଙ୍କ ଆଗରେ ଆଣ୍ଠେଇଲେ ରାଜକୁମାର

ମୁମ୍ବାଇ: ଆଜି ହାତକୁ ଦି ହାତ ହେବେ ବଲିଉଡର ଭର୍ସଟାଇଲ ଅଭିନେତା ରାଜ କୁମାର ରାଓ। ଲଙ୍ଗ-ଟାଇମ୍‌ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ କରିବେ ଜୀବନସାଥୀ। ହେଲେ ତା’ ପୂର୍ବରୁ ଭାବି ପତ୍ନୀଙ୍କ ଆଗରେ ଆଣ୍ଠେଇଛନ୍ତି ବଲିଉଡର ଏହି ମୋଷ୍ଟ ଟାଲେଣ୍ଟେଡ ଆକ୍ଟ। ଆଉ ତାହାର ଭିଡିଓ ନିଜେ ହିଁ ସୋଶାଲ ମିଡିଆରେ ଭାଇରାଲ କରିଛନ୍ତି

ସୂଚନା ଅନୁଯାୟୀ, ଚଣ୍ଡିଗଡ଼ର ଓବରୟ ହୋଟେଲରେ ଆଜି ରାଜକୁମାର ଓ ପତ୍ରଲେଖାଙ୍କ ହାତଗଣ୍ଠି ପଡ଼ିବ । କାଲି ଥିଲା ପ୍ରି-ୱେଡିଙ୍ଗ ସେରିମନି। ଏହି ଫଙ୍କସନକୁ ଉଭୟ ଖୁବ୍‌ ଧୁମଧାମରେ ସେଲିବ୍ରେଟ କରିଥିବା ବେଳେ ପରିବାର ଲୋକ ଓ ନିକଟ ସମ୍ପର୍କୀୟ ବି ସାମିଲ ଥିଲେ।  ବି-ଟାଉନ୍‌ର ବହୁ ଗେଷ୍ଟ ବି ସାମିଲ ହୋଇଥିଲେ।

ଗତକାଲିର ଫଙ୍କସନ୍‌ରେ ଉଭୟ ରାଜକୁମାର ଓ ଚିତ୍ରଲେଖା ହ୍ୱାଇଟ କଲର୍‌ର ମ୍ୟାଚିଂ ଆଉଟଫିଟ୍‌ରେ ନଜର ଆସିଥିଲେ। ସମସ୍ତଙ୍କ ଉପସ୍ଥିତିରେ ରାଜକୁମାର ନିଜ ପ୍ରିୟତମାଙ୍କୁ ଆଣ୍ଠେଇ ପ୍ରପୋଜ କରିଥିଲେ । ମୋତେ ବାହା ହେବ କି ବୋଲି ପଚାରିଥିଲେ।   ଚିତ୍ରଲେଖା  ମଧ୍ୟ  ଆଣ୍ଠେଇ ଏହାର ଉତ୍ତର ହଁରେ ଦେଇଥିଲେ।  ଏହାପରେ ଇଂଲିଶ ଗୀତର ତାଳେ ତାଳେ ଉଭୟ ନାଚିଥିଲେ।

ଭାବି ପତ୍ନୀଙ୍କ ସହ ରାଜକୁମାର ।

ଏହି ଲଭ୍‌ବାର୍ଡ ଚଣ୍ଡିଗଡରେ ଆଜି ପାରମ୍ପରିକ ରୀତିନୀତିରେ ବିବାହ କରିବେ। ଏହି ଗ୍ରାଣ୍ଡ ସେରିମନିରେ ବଲିଉଡର ବହୁ ବଡ଼ ବଡ଼ କଳାକାର ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି। ଗତକାଲିର ଏନଗେଜମେଣ୍ଟ ଫଙ୍କସନ୍‌ରେ ବଲିଉଡର ଆଗଧାଡ଼ିର କୋରିଓଗ୍ରାଫର ଫରହା ଖାନ ଉପସ୍ଥିତ ଥିଲେ।

୨୦୧୦ରୁ ରାଜକୁମାର ଏବଂ ପତ୍ରଲେଖା ଉଭୟଙ୍କୁ ଡେଟିଂ କରୁଛନ୍ତି। କେବଳ ସେତିକି ନୁହେଁ ଗତ କିଛି ଦିନ ହେବ ଉଭୟ ଲିଭ୍‌-ଇନ୍‌ରେ ମଧ୍ୟ ରହୁଛନ୍ତି। ଏକ ସାକ୍ଷାତକାର୍‌ରେ ପତ୍ରଲେଖା କହିଥିଲେ ଯେ, ସେ ପ୍ରଥମ ଥର ପାଇଁ ରାଜକୁମାରଙ୍କୁ ପରଦାରେ ଫିଲ୍ମ ‘ଲଭ୍‌ ସେକ୍ସ ଔର ଧୋକା’ ଜରିଆରେ ଦେଖିଥିଲେ। ଏହି ଫିଲ୍ମଟି ୨୦୧୦ରେ ରିଲିଜ ହୋଇଥିଲା।

ସେପଟେ ପତ୍ରଲେଖାଙ୍କୁ ପ୍ରଥମ ଥର ଏକ ଟେଲିଭିଜନ ବିଜ୍ଞାପନରେ ଦେଖିଥିଲେ ରାଜକୁମାର। ପ୍ରଥମ ଦେଖାରେ ହିଁ ରାଜକୁମାର ତାଙ୍କୁ ନିଜ ଦିଲ୍‌ ଦେଇଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କରେ ବଦଳି ଯାଇଥିଲା। ରାଜକୁମାର ଏବଂ ପତ୍ରଲେଖା ନିର୍ଦ୍ଦେଶକ ହଂସଲ ମେହେତାଙ୍କ ଫିଲ୍ମ ‘ସିଟିଲାଇଟ୍‌ସ’ରେ ଏକାଠି କାମ କରିଛନ୍ତି।

The post ବିବାହ ପୂର୍ବରୁ ଭାବି ପତ୍ନୀଙ୍କ ଆଗରେ ଆଣ୍ଠେଇଲେ ରାଜକୁମାର appeared first on Odisha Reporter.



from Odisha Reporter https://ift.tt/30foWwh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages