୬୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାର ବୁଷ୍ଟର ଡୋଜ୍‌ ବାଧ୍ୟତାମୂଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

୬୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାର ବୁଷ୍ଟର ଡୋଜ୍‌ ବାଧ୍ୟତାମୂଳକ

ପ୍ୟାରିସ: ମହାମାରୀ କରୋନା ବିରୋଧରେ ବୁଷ୍ଟର ଡୋଜ୍‌କୁ ବାଧ୍ୟତାମୂଳକ କରିଛି ଫ୍ରାନ୍ସ। ଦେଶରେ ରହୁଥିବା ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କୁ କରୋନା ବିରୋଧୀ ଟିକାର ବୁଷ୍ଟର ଡୋଜ୍‌ ନେବାକୁ ପଡ଼ିବ। ଏ ସମ୍ପର୍କରେ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଘୋଷଣା କରିଛନ୍ତି।

ସେ କହିଛନ୍ତି, ରେଷ୍ଟୁରାଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଇଣ୍ଟରସିଟି ଟ୍ରେନକୁ ଯିବା ପୂର୍ବରୁ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ବୁଷ୍ଟର ଡୋଜ୍‌ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଯେଉଁମାନେ ବୁଷ୍ଟର ଡୋଜ୍‌ର ନ ନେବେ, ସେମାନଙ୍କୁ ଏହି ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ। ଡିସେମ୍ବର ୧୫ରୁ ଆପଣମାନଙ୍କୁ(୬୫ ବର୍ଷରୁ ଅଧିକ ବୟସ୍କ) ନିଜର ସ୍ୱାସ୍ଥ୍ୟଗତ ପାସ୍‌କୁ ବୈଧ ରଖିବା ପାଇଁ ବୁଷ୍ଟର ଡୋଜ୍‌ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଫ୍ରାନ୍ସରେ ବର୍ତ୍ତମାନ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ସେ ଏପରି ଘୋଷଣା କରିଛନ୍ତି। ଏଥିସହ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି।

ଅଗଷ୍ଟ ମାସରୁ ଫ୍ରାନ୍ସରେ ସ୍ୱାସ୍ଥ୍ୟଗତ ପାସ୍‌ ଲୋକଙ୍କ ଜୀବନରେ ଯୋଡ଼ି ହୋଇଯାଇଛି। ଅନେକ ସ୍ଥାନରେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କୁ କ୍ୟୁଆର୍‌ କୋଡ୍‌ ଯାଞ୍ଚ କରିବା ପରେ ପ୍ରବେଶ ପାଇଁ ଅନୁମତି ମିଳୁଛି। ଏହାକୁ ଅନେକ ବିରୋଧ କରୁଥିଲେ ମଧ୍ୟ ସରକାର ନିଜ ଜିଦରେ ଅଟଳ ରହିଛନ୍ତି।

ହେବେ ବୁଷ୍ଟର ଡୋଜ୍‌ ବାଧ୍ୟତାମୂଳକ କରିବା ନୂଆ ବିବାଦକୁ ଜନ୍ମ ଦେଇଛି। ମାର୍କନ କହିଛନ୍ତି, “ଆମେ ବର୍ତ୍ତମାନ ମଧ୍ୟ ମହାମାରୀ କବଳରୁ ମୁକ୍ତ ହୋଇନୁ। ଜର୍ମାନୀ ଓ ବ୍ରିଟେନ ତୁଳନାରେ ଫ୍ରାନ୍ସର ସ୍ଥିତି ଭଲ ରହିଛି। ହେଲେ ଗତ ସପ୍ତାହକ ମଧ୍ୟରେ ସଂକ୍ରମଣ ପ୍ରାୟ ୪୦% ବୃଦ୍ଧି ପାଇଛି।

ତେଣୁ ଆମକୁ ପୁଣିଥରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଗବେଷଣାରୁ ଜଣାପଡ଼ିଛି ଯେ ୬ ମାସ ପରେ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଉଛି। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ହ୍ରାସ ପାଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ପୁଣି ବଢ଼ାଇବା ବୁଷ୍ଟର ଡୋଜର ଆବଶ୍ୟକତା ରହିଛି।”

ଫ୍ରାନ୍ସରେ ୬୦ ଲକ୍ଷ ଲୋକ ଏଯାଏ କରୋନା ଟିକାର ପ୍ରଥମ ଡୋଜ୍‌ ମଧ୍ୟ ନେଇନାହାନ୍ତି। ସେମାନଙ୍କୁ ରାଷ୍ଟ୍ରପତି ମାର୍କନ ତୁରନ୍ତ ଟିକା ନେବା ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି।

The post ୬୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାର ବୁଷ୍ଟର ଡୋଜ୍‌ ବାଧ୍ୟତାମୂଳକ appeared first on Odisha Reporter.



from Odisha Reporter https://ift.tt/3qlGfqz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages