ସ୍ତ୍ରୀ ପୋଛି ଦେଲା ନିଜ ସିନ୍ଦୂର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ସ୍ତ୍ରୀ ପୋଛି ଦେଲା ନିଜ ସିନ୍ଦୂର

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେନିଗଡ଼ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ତରଣୀ ସେନ ପ୍ରଧାନ। ତାଙ୍କୁ ୪୫ ବର୍ଷ ହୋଇଥିଲା। ସ୍ତ୍ରୀ କୁନୁ ମୁଖୀ ତରଣୀଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। କୁନୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ତରଣୀଙ୍କୁ ଘରେ ଥିବା ଟାଙ୍ଗିଆରେ ହାଣି ଦେଇଥିଲେ ଓ ପରେ  ଫେରାର ହୋଇଯାଇଥିଲେ। ଗ୍ରାମବାସୀ ତରଣୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି  ଦମକଳବାହିନୀ ଓ ପୁଲିସକୁ ଖବର ଦେଇଥିଲେ।

ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତରଣୀଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତରଣୀ ଘର ଜ୍ୱାଇଁ ହୋଇ ରହିଥିଲେ।। ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

The post ସ୍ତ୍ରୀ ପୋଛି ଦେଲା ନିଜ ସିନ୍ଦୂର appeared first on Odisha Reporter.



from Odisha Reporter https://ift.tt/3oeqqzb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages